Image Courtesy of India.com
ଜୁନାଗଡ଼: ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଭଇଁରିପାଲି ଗ୍ରାମର କ୍ଷିତିଶ ରାଉତ ଓ କାଉଡୋଲା ଗ୍ରାମର ବିଶାଳ ସରାବୁ ବାଇକ୍ରେ ଭବାନୀପାଟଣା ଯାଉଥିବା ବେଳେ ଜୁନାଗଡ଼ ଥାନା ଚଞ୍ଚରାଭାଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ।
ଘଟଣାସ୍ଥଳରେ କ୍ଷିତିଶ ଙ୍କ ମୃତ୍ୟୁ ଘଟିଥିବା ବେଳେ ବିଶାଳ ସରାବୁ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଜୁନାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
Follow Us