ଭାରସାମ୍ୟ ହରାଇ କଲଭଟରେ ପିଟିଲା ବାଇକ ଜଣେ ମୃତ

Advertisment
ଭାରସାମ୍ୟ ହରାଇ କଲଭଟରେ ପିଟିଲା ବାଇକ ଜଣେ ମୃତ

The Hans India

ପାଟଣାଗଡ଼: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପିପଲ ଡାବର ଗ୍ରାମ ନିକଟରେ ଥିବା ଏକ କଲଭଟରେ ବାଇକ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।
ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସୁନାମୁଦି ଗ୍ରାମର ହର ଧରୁଆ ନାମକ ବ୍ୟକ୍ତି ରତାଖଣ୍ଡିସ୍ଥିତ ନିଜ ଶଶୁର ଘରେ ରହୁଥିଲେ। ବୁଧବାର ସକାଳୁ ହର ନିଜ ବାଇକ ସିଜି ୦୪ ସି ୯୩୫୧ ଯୋଗେ କୌଣସି ଏକ କାମରେ ବାହାରିଥିଲେ। ସେ ପିପଲଡାବର ଗ୍ରାମ ନିକଟରେ ଥିବା ଏକ କଲଭଟରେ ପହଞ୍ଚିବା ବେଳେ ସେଠାରେ ତାଙ୍କ ବାଇକ୍ ଭାରସାମ୍ୟ ହରାଇଥିଲା। ଫଳରେ ବାଇକଟି ଉକ୍ତ କଲଭଟରେ ପିଟିହେବା ଦ୍ବାରା ସେ ଦୂରକୁ ଛିଟିକି ହୋଇ ପଡିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ପୁଲିସ ପହଞ୍ଚିବା ସହ ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe