କାର୍ ଧକ୍କାରେ ବାଇକ୍ ଚାଳକ ମୃତ

Advertisment
ଖୋର୍ଦ୍ଧା : ଦୁର୍ଘଟଣାରେ ଯୁବକ ମୃତ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଉପକଣ୍ଠ ଟିଭିଏସ୍ ସୋରୁମ୍ ସାମ୍ନାରେ କାର୍ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଆସିକା ଥାନା ଅଧୀନ ଫାପଲପୁର ଗ୍ରାମର ଧନୁ ସ୍ବାଇଁ (୪୦) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଧନୁ ଆଜି କୌଣସି କାମରେ ବୁଗୁଡ଼ା ଆସି ତାଙ୍କ ଗ୍ଲାମର୍ ବାଇକ୍ ଯୋଗେ ଆସିକା ଫେରୁଥିଲେ। ସେହି ସମୟରେ ଗୋଟିଏ କାର ଓଭରଟେକ୍ କରିବାକୁ ଚେଷ୍ଟା କରି ଧନକୁ ଧକ୍କା ଦେଇଥିଲା । ଫଳରେ କାର୍ ଧକ୍କାରେ ଆଗକୁ ଫୋପାଡ଼ି ହୋଇଯାଇଥିଲେ ଧନୁ। ଗୁରୁତର ଅବସ୍ଥାରେ ଧନୁଙ୍କୁ ବୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ। ଖବରପାଇ ବୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe