ବାଇକ ସହ ୧୫ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

Advertisment
ବାଇକ ସହ ୧୫ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

ବୌଦ୍ଧ: ଗଞ୍ଜେଇ ଚୋରାଚାଲାଣ ବେଳେ ଚଢ଼ଉ କରି ବୌଦ୍ଧ ଅବକାରୀ ବିଭାଗ ଏକ ବାଇକ ସହ ୧୫ କିଲୋ ଗଞ୍ଜେଇ ଜବତ କରିଛି। ତେବେ ଅଭିଯୁକ୍ତ ଫେରାର ହୋଇଥିବା ବେଳେ ଗାଡ଼ିର ନମ୍ବରକୁ ଅଧାର କରି ବିଭାଗ ତଦନ୍ତ କରୁଛି। ସୂଚନାନୁସାରେ ଚାରିଛକ ଦେଇ ବୌଦ୍ଧ ପଟକୁ ଏକ ବାଇକରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ମିଳିଥିଲା। ଅବକାରୀ ଇନ୍ସପେକ୍ଟର ସାଗରିକା ପ୍ରଧାନ ସଦଳବଳେ ୫୭ ନମ୍ବର ଜାତୀୟ ରାଜପଥର ଡିମିରିଝୋଲି ଗ୍ରାମ ନିକଟରେ ଛକି ରହିଥିଲେ।

ଗଞ୍ଜେଇ ନେଇ ଆସୁଥିବା ଯୁବକ ଜଣକ ଅବକାରୀ ଦଳକୁ ଦେଖି ବାଇକ ଛାଡ଼ି ଫେରାର ହୋଇଯାଇଥିଲା। ସେଠାରୁ ବାଇକ (ଓଡି ୨୭ଏ-୯୩୪୧) ସହ ବସ୍ତାରେ ଥିବା ୧୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଚଢ଼ଉରେ ହରଭଙ୍ଗା ଅବକାରୀ ଥାନାଧିକାରୀ ଅଞ୍ଜନ ଜେନା, କନେଷ୍ଟବଳ ଲୋକନାଥ ​ଭୋଇ, ଶ୍ରୀକାନ୍ତ ବେହେରା, କୈଳାସ ଚନ୍ଦ୍ର ସାହୁ ଓ ଅନ୍ୟମାନେ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe