ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ବାଇକ ଚୁରମାର, ବାଇକ୍‌ ଆରୋହୀ ଗୁରୁତର

ଗଛରେ ପିଟି ହେଲା ବାଇକ୍: ୨ ଗୁରୁତର

ଛେଣ୍ଡିପଦା: ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଗଉଡୁଣୀ ନାଳ ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଟାଟା ମ୍ୟାଜିକ) ସହିତ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଅରୋହୀ ଗୁରୁତର ଆହତ ହୋଇଛନ୍ତି। ଟାଟା ମ୍ୟାଜିକ ଚାଳକ ଆହତ ହୋଇଛନ୍ତି। ଆଜି ଅପରାହ୍ନ ସାଢେ ୪ଟାରେ ଛେଣ୍ଡିପଦା ଥାନା ଖମାର ଗ୍ରାମର ପିନୁ ନାୟକ(୨୨) ଓଡ଼ି-୧୯-ଏଲ-୭୮୨୬ ବାଇକରେ କୋଶଳା ଆଡୁ ଛେଣ୍ଡିପଦା ଆଡକୁ ଆସୁଥିଲେ। ଆସିବା ବାଟରେ ଛେଣ୍ଡିପଦା ଗଉଡୁଣୀ ନାଳ ନିକଟରେ ବିପରୀତ ଆଡୁ କୋଶଳା ଆଡକୁ ଯାଉଥିବା ଓଡ଼ି-୧୯-ଜେ-୯୫୯୭ ନମ୍ବର ଟାଟା ମ୍ୟାଜିକ ସହିତ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାରେ ବାଇକ ଅରୋହୀ ପିନୁ ଗୁରୁତର ଓ ଟାଟା ମେଜିକ ଚାଳକ ଆହତ ହୋଇଛନ୍ତି। ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ଗୁରୁତର ପିନୁଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଲିସ ପହଞ୍ଚି ଦୁଇ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe