ବାଇକ-ବୋଲେରୋ ଧକ୍କା, ଜଣେ ମୃତ

Advertisment
ଦୁର୍ଘଟଣାରେ ଜଣେ ମୃତ

ଯାଜପୁରସଦର: ବାଇକ୍‌ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତର ଆହତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଯାଜପୁରଟାଉନ ଥାନା ଅନ୍ତର୍ଗତ ଯୋଡ଼ିକୂଅ ଛକ ନିକଟରେ ଏକ ବାଇକ୍‌ ସହ ଗୋଟିଏ ବୋଲେରୋ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା।

ମୃତ ଯୁବକ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ସେକ୍‌ ମୋତି (୩୨) ଓ ଗୁରୁତର ଯୁବକ ସେହି ଅଞ୍ଚଳର ସେକ୍‌ ନାହାଜ୍‌ ହୁସେନ(୧୯), ଏକ୍ରା ମୁନ(୨୩)। ଗୁରୁତର ଆହତ ଏକ୍ରା ମୁନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୮ ବର୍ଷ ହେଲା ସେ ଯାଜପୁର ଟାଉନ ଅଞ୍ଚଳରେ ରହି ଏକ ଚୁଡ଼ା କଳରେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe