ଶ୍ବଶୁର ଘରୁ ଫେରିବା ବେଳେ ବିଚ୍ ରାସ୍ତାରେ ଜଳିଗଲା ବାଇକ୍, ବର୍ତ୍ତିଲେ ଚାଳକ

Advertisment
ଶ୍ବଶୁର ଘରୁ ଫେରିବା ବେଳେ ବିଚ୍ ରାସ୍ତାରେ ଜଳିଗଲା ବାଇକ୍, ବର୍ତ୍ତିଲେ ଚାଳକ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଓ ପାତ୍ରପୁର ବ୍ଲକ୍ ତୁରୁବୁଡ଼ି ଗ୍ରାମ ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିର ନିକଟ ରାସ୍ତାରେ ଆଜି ଏକ ଚଳନ୍ତା ବାଇକ୍ ହୁତ୍ ହୁତ୍ ହୋଇ ଜଳିଯାଇଥିବା ବେଳ‌େ ଚାଳକଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଦିଗପହଣ୍ଡି ବ୍ଲକ୍ ଚୌଧୁରୀଟିକରପଡ଼ା ଗ୍ରାମର ତପସ୍ବୀ ନାଇକ ଶ୍ବଶୁର ଘର ଯାଇ ନୂଆଗଡ଼କୁ ଫେରୁଥିଲେ। ଏହି ସମୟରେ ତୁରୁବୁଡ଼ି ଗ୍ରାମ ନିକଟ ରାସ୍ତା ହମ୍ପସ୍‌ରେ ବାଇକ୍ ପଛପଟୁ ଧୂଆଁ ବାହାରୁଥିବା ଦେଖି ତପସ୍ବୀ ହଠାତ୍ ‌ଡେଇଁ ପଡ଼ି ଆହତ ହୋଇଥିଲେ। ବାଇକ୍‌ଟି ସଂପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳ‌େ ସ୍ଥାନୀୟ ଲୋକେ ତପସ୍ବୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe