ସାବଧାନ! ଜଗତସିଂହପୁରରେ ମାତିଛନ୍ତି ବାଇକ୍ ଚୋର

Advertisment

୧୫ ଦିନରେ ୫ ବାଇକ୍ ଚୋରି, ସିସିଟିଭି ଫୁଟେଜ୍ ଧରି ବସିଛି ପୁଲିସ

୧୫ ଦିନରେ ୫ ବାଇକ୍ ଚୋରି, ସିସିଟିଭି ଫୁଟେଜ୍ ଧରି ବସିଛି ପୁଲିସ

ସାବଧାନ! ଜଗତସିଂହପୁରରେ ମାତିଛନ୍ତି ବାଇକ୍ ଚୋର

Sambad

ଜଗତସିଂହପୁର ଟାଉନ୍: ସାବଧାନ! ଜଗତସିଂହପୁର ସହରରେ ମାତିଛନ୍ତି ବାଇକ୍ ଚୋର। ଆଖି ପିଛୁଳାକେ ବାଇକ୍ ଚୋରି କରି ଫେରାର ହୋଇ ଯାଉଛନ୍ତି। ହାଟ, ବଜାର, ହସ୍ପିଟାଲ ସବୁଆଡ଼େ ଆତଙ୍କ ଖେଳାଇ ଚାଲିଥିବା ଏକ ବାଇକ୍‌ ଚୋର ରୢାକେଟ୍‌ ଗତ ୧୫ ଦିନ ଭିତରେ ୫ ବାଇକ୍ ଚୋରି କରିବା ଘଟଣା ପୁଲିସର ଚିନ୍ତା ବଢ଼ାଇଛି। ଚୋର ବାହାର ଜିଲ୍ଲାରୁ ଆସିଥିବା ସନ୍ଦେହ କରାଯାଉଛି।
ଗତମାସ ୩୦ ତାରିଖରେ ଜଗତସିଂହପୁର ହସ୍ପିଟାଲ ଭିତରୁ ରେଢ଼ୁଆ ତଅଁରା ଅଞ୍ଚଳର ଜିତେନ୍ଦ୍ର ଦାସଙ୍କ ବାଇକ୍(ଓଡି୨୧-ଏଫ୍-୨୯୭୧) ଚୋରି ହୋଇ ଯାଇଥିଲା। ଏହାର ଅଳ୍ପ ଦିନ ପୂର୍ବରୁ ମଧ୍ୟ ହସ୍ପିଟାଲରୁ ଅନୁରୂପ ଭାବେ ବାଇକ୍ ଚୋରି ହୋଇ ଯାଇଥିଲା। ସେହିପରି ଗତ ୬ ତାରିଖରେ ହାଟ ବଜାର ଅଞ୍ଚଳରୁ ଦୁର୍ଗାବଜାରର ସତ୍ୟଜିତ ସ୍ବାଇଁଙ୍କ ବାଇକ୍‌ ଚୋରି ହୋଇଥିଲା। ସିସିଟିଭି ଫୁଟେଜରୁ ଜଣେ ହାପ୍ ପ୍ୟାଣ୍ଟ ପିନ୍ଧା ଯୁବକ ବାଇକ୍ ଚୋରି କରି ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ସେହିପରି ଗତକାଲି ସୋମନାଥ ହାଟରୁ ଜଣେ ବ୍ୟକ୍ତିଙ୍କ ବାଇକ୍ ଚୋରି ହୋଇଛି। ଜଗତସିଂହପୁର ବ୍ଲକ୍ ଉରାଳିର ଗୌରାଙ୍ଗ ଚନ୍ଦ୍ର ଦାସଙ୍କ ଆପାଚି ବାଇକ୍ ଚୋରି ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବାହ୍ନ ୧୦ଟାରେ ସେ ବାଇକ୍ ରଖି ହାଟ ସଉଦା କରିବାକୁ ଯାଇଥିଲେ। ସେଠାରୁ ଫେରି ତାଙ୍କ ବାଇକ୍ ନ ଥିବା ଦେଖିବାକୁ ପାଇଥିଲେ। କିଛି ଦୂରରେ ଛିଡ଼ା ହୋଇ ଗାଡ଼ି ମାଲିକଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି। ଏହା ପରେ ମାଷ୍ଟର ଚାବି ବ୍ୟବହାର କରି ଗାଡ଼ି ଲୁଟି ନେଉଛନ୍ତି। ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ ହୋଇଛି। କାରଣ ଏକାଧିକ ଘଟଣାରେ ପୁଲିସ ହାତରେ ସିସିଟିଭି ଫୁଟେଜ୍ ରହିଛି। କିନ୍ତୁ ଚୋରଙ୍କ ପାଖରେ ପୁଲିସ ପହଞ୍ଚି ପାରୁ ନାହିଁ। ଗ୍ୟାଙ୍ଗର ସଦସ୍ୟ ବାଇକ୍ ଓ ଦୁଇ ଚକିଆ ଗାଡ଼ି ଚୋରି କରିବା ପରେ ଏହାକୁ ଜିଲ୍ଲାପାର୍ କରି ଦେଉଥିବା ଜଣାପଡ଼ିଛି।

ପୂର୍ବତନ କାଉନସିଲରଙ୍କ ଗାଡ଼ି ନେଇଗଲେ
ଗତକାଲି ସହରର ଦୁଇଟି ସ୍ଥାନରୁ ଗାଡ଼ି ଚୋରି ହୋଇଛି। ପୂର୍ବତନ କାଉନସିଲର ଦେବବ୍ରତ ମହାପାତ୍ର ତାଙ୍କ ସ୍କୁଟି(ଓଡି୨୧-ଏନ୍-୧୯୩୮) ରଖି ଆରଏମସି ମାର୍କେଟ ସାମ୍ନାରେ ଥିବା ଦୋକାନକୁ ଯାଇଥିଲେ। କିଛି ସମୟ ପରେ ବାହାରି ତାଙ୍କ ଗାଡ଼ି ନ ଥିବା ଦେଖିବାକୁ ପାଇଥିଲେ। ତେବେ ସେଠାରେ ଥିବା ସିସିଟିଭି ଫୁଟେଜରୁ ଜଣାପଡ଼ୁଛି ଦୁଇ ଜଣ ଯୁବକ ଏକ ଲୁନାରେ ଆସୁଛନ୍ତି। ଦୋକାନ ନିକଟରେ ଅଟକିବା ପରେ ଜିନ୍ସ ପ୍ୟାଣ୍ଟ ପିନ୍ଧି ଲୁନାର ପଛ ସିଟରେ ବସିଥିବା ଯୁବକ ଓହ୍ଲାଇ ଚାଲି ଚାଲି ଯାଉଛି। ସ୍କୁଟି ଅତିକ୍ରମ କରି ଆଗକୁ ଯାଇ ଫେରିବା ସହ ଗାଡ଼ି ମାଲିକଙ୍କ ଗତିବିଧି ଉପରେ ନଜର ରଖି ପୁଣି ଫେରି ଆସୁଛି। ଏହା ପରେ ସ୍କୁଟି ଧରି ଫେରାର ହୋଇ ଯାଉଛି। ଲୁନା ଧରି ଛିଡ଼ା ହୋଇଥିବା ଅନ୍ୟ ଚୋର ମଧ୍ୟ ପଳାଉଛି। ଏ ନେଇ ଥାନାରେ ଅଭିଯୋଗ କରାଯାଇଛି। ସିସିଟିଭି ଫୁଟେଜକୁ ପୁଲିସ ଯାଞ୍ଚ୍‌ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe