ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ନାମକରଣକୁ ନେଇ ଉତ୍ସାହ; ବିଜେଡି ପକ୍ଷରୁ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ର

Advertisment

ଦଳୀୟ କାର୍ଯ୍ୟାଳୟରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ପର୍ଯ୍ୟନ୍ତ ଗଲା ଶୋଭାଯାତ୍ରା

ଦଳୀୟ କାର୍ଯ୍ୟାଳୟରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ ପର୍ଯ୍ୟନ୍ତ ଗଲା ଶୋଭାଯାତ୍ରା

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ନାମକରଣକୁ ନେଇ ଉତ୍ସାହ; ବିଜେଡି ପକ୍ଷରୁ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ର

ବାରିପଦା: ଜିଲ୍ଲାର ଏକମାତ୍ର ବିଶ୍ବବିଦ୍ୟାଳୟ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟ ଭାବେ ନାମକରଣ ପରେ ବାରିପଦାରେ ଉତ୍ସବର ବାତାବରଣ ଦେଖାଦେଇଛି। ମହାରାଜା ଶ୍ରୀରାମଚନ୍ଦ୍ରଙ୍କର ଚଳିତ ବର୍ଷ ୧୫୦ତମ ଜୟନ୍ତୀ ବର୍ଷ। ତାଙ୍କ ସମ୍ମାନାର୍ଥେ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରିଛନ୍ତି। ସେହିପରି ଐତିହାସିକ ଶ୍ରୀରାମଚନ୍ଦ୍ର ପାଠାଗାର(ଜୁବୁଲୀ ଲାଇବ୍ରେରୀ)କୁ ମଧ୍ୟ ସମ୍ପୂର୍ଣ୍ଣ ନବୀକରଣ କରିବା ନେଇ ରାଜ୍ୟ ସରକାର ଦାୟିତ୍ବ ନେଇଛନ୍ତି।

publive-image

ଆଜି ଏନେଇ ଜିଲ୍ଲା ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତିରେ ଖୁସି ଜାହିର କରାଯିବା ସହିତ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସ୍ମୃତିରେ ଏପରି ଐତିହାସିକ ନିଷ୍ପତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ଶହ ଶହ ଦଳୀୟ କର୍ମୀ। ଆଜି ଏନେଇ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ପର୍ଯ୍ୟନ୍ତ ଏକ ବିଶାଳ ମୋଟରସାଇକେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ପହଞ୍ଚିବା ପରେ ଦଳୀୟ ନେତୃବୃନ୍ଦ ଏବଂ କର୍ମୀ ନାଚି ଆନନ୍ଦ ଉତ୍ସବ ପାଳନ କରିଥିଲେ। ଜିଲ୍ଲା ବିଜେଡିର ସମସ୍ତ ନେତୃବୃନ୍ଦଙ୍କ ସମେତ ଶହ ଶହ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe