ମହିଳା ଜୀବିକା ସୁରକ୍ଷା ମଂଚ ପକ୍ଷରୁ ଶିକ୍ଷା ସ୍ୱାସ୍ଥ୍ୟ ଆମ ଅଧିକାର, ଜବାବ ଦିଅ ମୋ ସରକାର ସଚେତନତା ବାଇକ ଯାତ୍ରା ସହ ଶୋଭାଯାତ୍ରା

ମହିଳା ଜୀବିକା ସୁରକ୍ଷା ମଂଚ ପକ୍ଷରୁ ଶିକ୍ଷା ସ୍ୱାସ୍ଥ୍ୟ ଆମ ଅଧିକାର, ଜବାବ ଦିଅ ମୋ ସରକାର ସଚେତନତା ବାଇକ ଯାତ୍ରା ସହ ଶୋଭାଯାତ୍ରା

ଘୁ.ଉଦୟଗିରି: କନ୍ଧମାଳ ଜୀବିକା ସୁରକ୍ଷା ମଞ୍ଚ ଏବଂ ମହିଳା ଜିବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗତ ପାଞ୍ଚ ତାରିଖ ଠାରୁ ଖଜୁରିପଡାରୁ ବାଇକ ରାଲି ଏବଂ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ଏକ କାର୍ଯ୍ୟକ୍ରମ ଶିକ୍ଷା ସ୍ୱାସ୍ଥ୍ୟ ଆମ ଅଧିକାର ଜବାବ ଦିଅ ‘ମୋ ସରକାର’ ଆରମ୍ଭ ହୋଇଛି। ଏହି ଅଭିଯାନକୁ ସଂଗଠନର ସଭାପତି ଧ୍ରୁବ ସେଠୀ ଏବଂ ଘୁ ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଅମରସିଂ ନାୟକ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିବା ପରେ ଚକାପାଦ, ଟିକାବାଲି ବ୍ଲକ ବୁଲି ଶୁକ୍ରବାର ଘୁ.ଉଦୟଗିରିରେ ପହଂଚି ଥିଲା।

ଏହି କାର୍ଯ୍ୟକ୍ରମରେ ସସ୍ମିତା ମଲିକ, ଭାରତୀ ରାଓ, କଲ୍ୟାଣି ଦାଶ, ସଞ୍ଜୟ ଦିଗାଲ, ମନୁ ନାୟକ, ଶାନ୍ତନୁ ପାତ୍ର, ରସାଲ ଡଙ୍ଗରିଆ, ସିଧେଶ୍ୱର ଦିଗାଲଙ୍କ ସମେତ ବହୁ କର୍ମକର୍ତ୍ତର୍ା ସାମିଲ ହୋଇଥିଲେ। ଏହି ରାଲି ଜିଲ୍ଲାର ସମସ୍ତ ବ୍ଲକ ବୁଲି ଆସନ୍ତା ୧୫ରେ ଫୁଲବାଣୀରେ ପହଂଚିବା ପରେ ସେଠାରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ। ସଂଗଠନ ପକ୍ଷରୁ ସମସ୍ତଙ୍କ ନିମନ୍ତେ ଶିକ୍ଷା ସ୍ୱାସ୍ଥ୍ୟ ଉପରେ ବହୁ ଦାବି ରହିଥିବା ସାଧାରଣ ଜନତାଙ୍କୁ ପ୍ରଚାରପତ୍ର ମାଧ୍ୟମରେ ସଚେତନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe