ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ରାସ୍ତା ଅବରୋଧ କଲେ ଉତ୍ତେଜିତ ଲୋକେ

ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ, ରାସ୍ତା ଅବରୋଧ କଲେ ଉତ୍ତେଜିତ ଲୋକେ

ଝାରସୁଗୁଡ଼ା: ବାଇକ୍‌ ଆରୋହୀଙ୍କ ଉପରେ ୧୮ ଚକିଆ ଟ୍ରକ ଚଢ଼ିଯିବା ପରେ ଶନିବାର ରାତି ୪୯ ନମ୍ବର ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍‌ ଉପରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଆଶୁତୋଷ ବେହେରା (୩୮) ନିଜ ପରିବାର ସହ ରାଉରକେଲାରେ ରହୁଥିଲେ। ସେ ଆଜି କୌଣସି କାମରେ ଝାରସୁଗଡ଼ା ଅଂଚଳକୁ ଆସିଥିଲେ।

ଆଇଚର କମ୍ପାନିରେ କାର୍ଯ୍ୟରତ ଆଶୁତୋଷ ବାଇକ (ଓଡ଼ି ୧୪ ୬୪୮୦)ରେ ଯାଉଥିବା ବେଳେ ପ୍ରସନ୍ନ ପଣ୍ଡା ଛକ ଓ ୪୯ ନମ୍ବର ଜାତୀୟ ରାଜପଥର ସଂଯୋଗ ସ୍ଥଳ ଦେଇ ଯାଉଥିବା ଏକ ଦ୍ରୁତ ଗାମୀ ୧୮ ଚକିଆ ଟ୍ରକ (ଓଡ଼ି ୧୬ଡି ୯୬୭୩) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଆଶୁତୋଷଙ୍କର ମୃତ୍ୟୁ ଘଟିଥିଲା।

publive-image

ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଂଚିଛି। ରିପୋର୍ଟ ଲେଖାଯିବା ବେଳକୁ ପହଂଚିଛି। ଅନ୍ୟପଟରେ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାରେ ଶତାଧିକ ଗାଡ଼ି ଅଟକି ରହିଛି।

ସୂଚନାଯୋଗ୍ୟ ଗତ ୧୯ ତାରିଖରେ ଏହି ସ୍ଥାନରୁ ଅଳ୍ପ ଦୂରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ସେଦିନ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଉପରେ ଏକ ଟ୍ରକ ଚଢ଼ି ଯାଇଥିଲା। ସ୍କୁଲ ଛୁଟି ହେବାପରେ ସାଇକେଲ ଯୋଗେ ଘରକୁ ଫେରୁଥିବା ଦଶମ ଶ୍ରେଣୀ ଛାତ୍ରୀ ସ୍ୱପ୍ନା ଜେନା(୧୫) ଉପରେ କୋଇଲା ବେଝେଇ ଟ୍ରକ ଚଢ଼ିଯିବାରୁ ତା’ର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe