ଭାରସାମ୍ୟ ହରାଇ ବାଇକ ଚାଳକ ମୃତ

Advertisment
ଦୁର୍ଘଟଣାରେ ବାଇକ୍‌ ଚାଳକ ମୃତ

Illustration Courtesy: The Hindu

କୋକସରା: କଳହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବାନେର ଗ୍ରାମର ପର୍ଶୁରାମ ପଟ୍ଟନାୟକ(ଟିକିନା) ଆଜି ବାଇକରେ ଯିବା ସମୟରେ ଭାରସାମ୍ୟ ହରାଇଛନ୍ତି। ସେ ନିଜ ଗ୍ରାମ ବାନେରରୁ କୌଣସି କାର୍ଯ୍ୟରେ ଲୁହାବାହାଳ ଗାଁକୁ ଯାଇ ଫେରିବା ସମୟରେ ବାନେର ନିକଟସ୍ଥ ଶିବରାମପୁର ରାସ୍ତା କଡରେ ଥିବା କଟା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ଖବରପାଇ ଗ୍ରାମର କିଛି ଯୁବକ ଯାଇ ସେଠାରୁ ତାଙ୍କୁ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଜୟପାଟଣା ପୁଲିସ ପହଞ୍ଚି ଶବ ଜବତ ପରେ ତଦନ୍ତ ଜାରି ରଖି ଥିବା ଏସଆଇ ଲିଙ୍ଗରାଜ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe