ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ଦୁଇଥର ଧକ୍କା ଦେଲେ ବାଇକ ଓ ହାୱା ଚାଳକ, ଜଣେ ଗୁରୁତର

Advertisment
ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ଦୁଇଥର ଧକ୍କା ଦେଲେ ବାଇକ ଓ ହାୱା ଚାଳକ, ଜଣେ ଗୁରୁତର

ଲକ୍ଷ୍ମୀପ୍ରସାଦ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସାହାଜପାଳ-ସିଦ୍ଧପୁର ରାସ୍ତାକଡ଼ରେ ଚାରିଦିନ ହେବ ଖରାପ ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ବାଇକ୍‌ ଓ ହାଇୱା ଧକ୍କା ଦେଇଛନ୍ତି ଏଥିରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସା‌ରେ ମଙ୍ଗଳବାର ରାତି ୮ଟାରେ ଜଣେ ବାଇକ ଆରୋହୀ ଏବଂ ବୁଧବାର ଭୋର ୫ଟାରେ ଏକ ବାଲି ବୋଝେଇ ହାଇୱା ଚାଳକ ସେମାନଙ୍କର ଗାଡ଼ି ଧକ୍କା ଦେଇଥିଲେ। ବାହଜୁର ଗ୍ରାମର ଜଣେ ଯୁବକ ତାଙ୍କ ବାଇକ୍‌ (ଓଡି ୨୭ବି ୪୨୭୦)ରେ ତାଙ୍କ ଗ୍ରାମକୁ ଯାଉଥିବା ବେଳେ ରାସ୍ତାକଡରେ ଠିଆ ହୋଇଥିବା କୋଇଲା ବୁଝାଇ ଟ୍ରକ୍‌ (ଓଡି ୦୭ ଏକେ ୦୩୧୭)ରେ ପିଟିହୋଇଥିଲେ। ଏଥିରେ ବାଇକ ଆରୋହୀ ଗୁରୁତର ଆହତ ହୋଇ ସୋନପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ବାଇକ ଆରୋହୀଙ୍କ ଘର ବାହାଜୁର ଗ୍ରାମର ବୋଲି ଜଣାପଡିଛି।

ସେହିପରି ସେହି କୋଇଲା ବୋଝେଇ ଟ୍ରକରେ ବାଲି ବୁଝାଇ ହୋଇ ଯାଉଥିବା ଏକ ହାୱା (ଓଡି ୧୨ଡି ୭୨୩୧) ବୁଧବାର ସକାଳ ୫ଟାରେ ଧକ୍କା ଦେଇଥିଲା। ଏଥିରେ ବାଲି ବୋଝେଇ ହାୱାର ସାମ୍ନା ପଟ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣା ପଡିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe