ପିକ୍‌ଅପ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ମହାଦେବପାଲି: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ଫାଣ୍ଡି ଘୋଡ଼ାଧାର-ସଂସାମୁରା ରାସ୍ତାରେ ଗତକାଲି ରାତିରେ ଏକ ପିକ୍‌ଅପ୍‌ ଧକ୍କାରେ ବାଇକ୍‌ ଚାଳକ ରାମକୃଷ୍ଣ ବାଘ (୨୪)ଙ୍କ ମୃତ୍ୟୁଘଟିଛି। ସୂଚନାନୁସାରେ ରାଜମିସ୍ତ୍ରି ଭାବେ କାମ କରୁଥିବା ରାମକୃଷ୍ଣ ଶୁକ୍ରବାର ରାତିରେ କାମ ସାରି ସୋନପୁର ପଟୁ ନିଜ ଗାଁ କର୍ତ୍ତଙ୍ଗକୁ ଫେରୁଥିବା ବେଳେ ଘୋଡ଼ାଧାର ସଂସାମୁରା ମଝିରେ ଏକ ପିକ୍‌ଅପ୍‌ (ଓଡି୩୧କେ-୩୧୬୫) ବାଇକ୍‌କୁ ଧକ୍କା ଦେବାରୁ ସେ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ପିକ୍‌ଅପ୍‌ ଫେରାର୍‌ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ରାମକୃଷ୍ଣଙ୍କ ବଡ଼ଭାଇ ସୁନୀଲ ଆଜି ଲିଖିତ ଅଭିଯୋଗ କରିବା ପରେ ବିନିକା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ମହାଦେବପାଲି ଫାଣ୍ଡି ଅଧିକାରୀ ଦିଲୀପ ସାହୁ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe