ଭଞ୍ଜନଗର: ତାରସିଂ ଥାନା ଅଧିନ ସଲପତଇଲା ଗ୍ରାମ ନିକଟରେ ଏକ କୋଇଲା ବୋଝୋଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ତାରସିଂ ଗ୍ରାମର ଅଶୋକ କୁମାର ଜାନୀ(୨୩)। ଅଶୋକ ନିଜ ବାଇକ( ଓଡି ୨୫ ଡି ୫୩୭୯)ରେ କୋକଳବା ଯାଇ ନିଜ ଘରକୁ ଫେରୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ କୋଇଲା ବୋଝେରଇ ଟ୍ରକ୍(ଟିଏନ୍ ୨୫ ଏକ୍ୟୁ ୨୭୦୪) ସହ ସଲପତଇଲା ଗ୍ରାମ ଠାରେ ଧକ୍କା ହୋଇଥିଲା। ଟ୍ରକଟି ଅଶୋକକୁ ଧକ୍କା ଦେଇ ଦଶପଲ୍ଲା ଆଡକୁ ଚାଲି ଯାଉଥିବା ବେଳେ କୋକଳବା ନିକଟରେ ଲୋକମାନେ ଅଟକାଇ ପୁଲିସ୍ ଜିମା ଦେଇଥିଲେ। ଗୁରୁତର ଅବସ୍ଥାରେ ଅଶୋକ ସେଠାରେ ପଡି ରହିଥିବା ବେଳେ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି ଅଶୋକକୁ ଡାକ୍ତରଖାନା ଆଣିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅଶୋକର ମୃତ୍ୟୁ ଘଟିଥିଲା। ଏହାପରେ ପୁଲିସ୍ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ତାରସିଂ ଥାନାରେ କେସ୍ ନଂ ୨୪୩ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us