ବାଇକ୍‌ ଚୋରି ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲା ଚୋର

ବାଇକ୍‌ ଚୋରି ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲା ଚୋର

symbolic

ଯାଜପୁରଟାଉନ/ସଦର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାଇକ୍ ଚୋରି କରୁଥିବା ଜଣେ ଯୁବକକୁ ସୁରକ୍ଷାକର୍ମୀ କାବୁ କରି ପୁଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଯାଜପୁର ରେଡ୍‌କ୍ରସ ଛକ ଅଞ୍ଚଳର ସେକ୍‌ ଜୁନୋ(୨୭)। ସୂଚନା ଅନୁଯାୟୀ ଆଜି ସକାଳୁ ଅଭିଯୁକ୍ତ ଯୁବକ ଏକ ବାଇକ୍‌ ଚୋରି ପାଇଁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା କର୍ମୀଙ୍କ ହାତରେ ଧରା ପଡ଼ିଥିଲା। ତା’ ନିକଟରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଥିଲା। ସୁରକ୍ଷା କର୍ମଚାରୀ ଅଭିଯୁକ୍ତକୁ ଟାଉନ ଥାନା ପୁଲିସ ଜିମା ଦେଇଥିଲେ। ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ବାରମ୍ବାର ବାଇକ୍‌ ଚୋରି ହେଉଥିଲା। ଏହାକୁ ନେଇ ଲୋକମାନେ ସୁରକ୍ଷା କର୍ମୀଙ୍କ ଉପରେ ଅସନ୍ତୋଷ ଝାଡ଼ୁଥିଲେ। ଆଜି ବାଇକ୍‌ ଚୋରି ବେଳେ ଅଭିଯୁକ୍ତକୁ ଧରିବାରେ ସେମାନେ ସଫଳ ହୋଇଛନ୍ତି ବୋଲି ଭାରପ୍ରାପ୍ତ ସୁରକ୍ଷାକର୍ମୀ ଚନ୍ଦ୍ରମଣି ମହାପାତ୍ର  କହିଛନ୍ତି। ଟାଉନ ଥାନା ପୁଲିସ ଅଭିଯୁକ୍ତକୁ ଥାନାକୁ ନେଇ ପଚରାଉଚରା କରୁଛି ବୋଲି ଏଏସ୍‌ଆଇ ନିହାର ରଞ୍ଜନ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe