ଦେଖନ୍ତୁ କିପରି ଆଖି ପିଛୁଳାକେ ରାଉରକେଲାରୁ ବାଇକ୍ ଚୋରି କରି ନେଇଯାଉଛି ଚୋର

Advertisment
ଦେଖନ୍ତୁ କିପରି ଆଖି ପିଛୁଳାକେ ରାଉରକେଲାରୁ ବାଇକ୍ ଚୋରି କରି ନେଇଯାଉଛି ଚୋର

ରାଉରକେଲା: ଆଜି ଅପରାହ୍ନ ୪ଟା ବେଳେ ଏସଟିଆଇ ଛକ ନିକଟରୁ ଏକ ବାଇକ୍ ଚୋରି ହୋଇଛି। ବାଇକ୍ ଚୋରିର ଦୃଶ୍ୟ ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ବରିଷ୍ଠ ଓକିଲ ଚନ୍ଦ୍ରଭାନୁ ଦାଶ ନିଜର ଓଆର୍ ୧୪ବି ୯୭୯୪ ନମ୍ବର ହିରୋହୋଣ୍ଡା ସ୍ପେଲଣ୍ଡର ପ୍ଲସ୍ ମୋଟର ସାଇକେଲକୁ ରାସ୍ତା କଡ଼ରେ ରଖି ପୋଦାର ଏଜେନ୍ସି ଅଫିସ ଭିତରକୁ ଯାଇଥିଲେ।

ମାତ୍ର ୫ ମିନିଟ୍ ଭିତରେ ସେ ଭିତରୁ ବାହାରକୁ ଆସିବା ବେଳେ କେହି ଜଣେ ତାଙ୍କ ମୋଟର୍ ସାଇକେଲ ନେଇ ଯାଉଥିବା ଦେଖି ପିଛା କରିବା ବେଳେ ହାଇଟେକ୍ ମେଡିକାଲ୍ କଲେଜ ପଛପଟ ବସ୍ତି ଦେଇ ଚୋର ବାଇକକୁ ଧରି ଫେରାର୍ ହୋଇ ଯାଇଥିଲା।

ପରେ ସିସିଟିଭି ଫୁଟେଜକୁ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚୋର ମୁହଁରେ ରୁମାଲ ବାନ୍ଧି ଅତି ସହଜରେ ମୋଟରବାଇକ୍ ଚାବି ଖୋଲି ନେଇ ଯାଉଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe