ଚୋରି ରାକେଟ୍‌ ଠାବ: ଆଠ ବାଇକ ଜବତ, ଦୁଇ ଗିରଫ

Advertisment
ଚୋରି ରାକେଟ୍‌ ଠାବ: ଆଠ ବାଇକ ଜବତ, ଦୁଇ ଗିରଫ

Sambad

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୁଲିସ, ବୀରମହାରାଜପୁର ପୁଲିସ ଓ ଉଲୁଣ୍ଡା ପୁଲିସର ମିଳିତ ଚଢଉରେ ବାଇକ ଚୋର ରାକେଟ ଠାବ ହୋଇଛି। ଚୋର ଗ୍ୟାଙ୍ଗରୁ ଆଜି ଜଣେ ସଦସ୍ୟ ଗିରଫ ହୋଇଛି। ଜାମିନ ନାମାଞ୍ଜୁର ହେବାରୁ ତାକୁ ବିଚାର ବିଭାଗିୟ ହାଜତକୁ ପଠେଇ ଦିଆଯାଇଥିବା ଜଣାଯାଇଛି। ସୁଚନା ଥାଉକି, ସୁବଳୟା ଥାନା ଅଧିନସ୍ଥ ଡୁଙ୍ଗୁରି ଗାଁର ନିତେଇ ପାଣ୍ଡେଙ୍କ ବାଇକ ଗତ ୮ ତାରିଖ ଦିନ ବଡଖମାରସ୍ଥିତ ସାପ୍ତାହିକ ବଜାରୁ ଚୋରି ହୋଇଥିବା ନେଇ ସୁବଳୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିତେଇର ଅଭିଯୋଗକୁ ଆଧାର କରି ପୁଲିସ ମାମଳା ରୁଜୁ କରି ବୀରମହାରାଜପୁର ଓ ଉଲୁଣ୍ଡା ପୁଲିସ ସହାୟତାରେ ଚୋରକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ କରିଥିବା ବେଳେ ବୈାଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଇରମାଳ ଗାଁର ରଞ୍ଜନ ରାଜହଂସ ସହିତ ଆଉ ୨ ଜଣକୁ ପୁଲିସ ଗିରଫ କରିଥିଲା। ମନମୁଣ୍ଡା ଥାନା ରକ୍ସା ଗାଁର ଅନିଳ ବେହେରାକୁ ଉଲୁଣ୍ଡା ପୁଳିସ ଶନିବାର କୋର୍ଟ ଚାଳଣ କରିବାକୁ ଥିବା ବେଳେ ଅନ୍ୟ ଚୋର ଜଣକ ମନମୁଣ୍ଡା ଥାନାର କାଦୋପଦର ଗାଁ ନାବାଳକ ହୋଇଥିବାରୁ ତାକୁ ପି.ଆର ବଣ୍ଡରେ ଛାଡିଦେଇଥିବା ଜଣାଯାଇଛି।

ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥିଙ୍କ ନିର୍ଦ୍ଦେଶରେ ବୀରମହାରାଜପୁର ଏସିଡିପିଓ ଡୋଲାମଣି ଭୋଇଙ୍କ ନେତୃତ୍ବରେ ସୁବଳୟା ଥାନାଧିକାରୀ ଅନିତା କିଡୋ, ବୀରମହାରାଜପୁର ଥାନାଧିକାରୀ ଅଞ୍ଜଳି କୁମ୍ଭାର, ଉଲୁଣ୍ଡା ଥାନାଧିକାରୀ ଚନ୍ଦ୍ରମୋହନ ସିଂହଙ୍କ ସହିତ ଏସ୍‌ଆଇ କବିମନ୍ୟୁ ସେଠି, ପ୍ରଭାତି ଦାଶ, ଏଏସ୍‌ଆଇ  କୈଳାଶ ସାହୁ, ସନ୍ତୋଷ ଷାଣ୍ଢ, ଚିତରଞ୍ଜନ ମହାନନ୍ଧିଆ, କନେଷ୍ଟବଳ ଅମୟ ପଧାନ, ଶୁରେଷ ଟେଟେ, ଶୁରେଷ ବେହେରା , ରାମଜି ପାଣିଗ୍ରାହି, ଜିତୁ ସାହୁ, ଧିରେନ ବିଶ୍ବାଳ, ଓଏସଏପି ଆର କେ ଜାନିଙ୍କ ସହିତ ଡ୍ରାଇଭର ନରେନ୍ଦ୍ର ନାଏକ, ଉପନ୍ଦ୍ରେ ପଧାନ, ସୂର୍ଯ୍ୟ ପଣ୍ଡା, ରୁପେଷ ବେହେରା ପ୍ରମୁଖ ଚଢଉରେ ସାମିଲ ଥିବା ବେଳେ ଧରା ପଡିଥିବା ୩ଟି ଚୋର ଗ୍ୟାଙ୍ଗରୁ ୮ ଟି ବାଇକ ଜବତ କରିଥିବା ଜଣାଯାଇଛି। ଏହି ବାଇକ ଚୋରି ରେକର୍ଡ଼ରେ ଆହୁରି କିଛି ଲୋକ ସପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି। ଅହା ସହିତ ଆହୁରି ଚୋରି ବାଇକ ଜବତ ହୋଇପାରେ ବୋଲି ଆସା କରାଯାଉଛି। ନିର୍ବାଚନ ଯୋଗୁଁ ପୁଲିସ କର୍ମଚାରୀ ବ୍ୟସ୍ତ ଥିବା ଯୋଗୁଁ  ନିର୍ବାଚନ ପରେ ଚଢ଼ଉ ଆସୁରି ଯୋରଯାର କରାଯିବ ବୋଲି ବିଶ୍ବସ୍ତ ସୁତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe