ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

Advertisment
ସମୁଦ୍ରରେ ଗାଧୋଇବା ବେଳେ ପୁଣି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଞ୍ଚାୟତ ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଚାଳକଙ୍କର ଘଟଣା ସ୍ଥଳରେ ଦେହାନ୍ତ ହୋଇଛି। ଏହି ଘଟଣାଟି ଆଜି ଅପରାହ୍ନ ୪ଟା ସମୟରେ ଘଟିଛି। ଘଟଣାରୁ ଜଣାଯାଇଛି ଯେ, ଆଜି ଭୁବନ ଲଷ୍ମୀଛକ ତେଲିସାହିର ଡମ୍ବୁରୁଧର ପୃଷ୍ଟିଙ୍କର ପୁତ୍ର ସଞ୍ଜୀବ କୁମାର ପୃଷ୍ଟି (୨୮)।  ସେ ସକାଳୁ ନିଜର ଜୀବିକା ନିର୍ବାହ ନିମନ୍ତେ ନିଜର ଘରୁ ସକାଳ ୭ଟାରୁ ବେପାରକୁ ଆସି ଅପରାହ୍ନ ୪ଟା ବେଳେ ଘରକୁ ଫେରୁଥିବା ସମୟରେ ତାଙ୍କର ପଛପଟୁ ଏକ ମାଙ୍କଡା ପଥର ବୋଝେଇ ୪୦୭ ଗାଡି ନଂ (ଓଡି୦୬ଜେ୮୪୦୯) ଗାଡିଟି ଝରଣ ନିକଟ ଗଡାଣୀ ଠାରେ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା।

ଫଳରେ ଶ୍ରୀ ପୃଷ୍ଟିଙ୍କର ସେହି ସ୍ଥାନରେ ମୃତ୍ୟୁ ହୋଇଥିଲା। ତାଙ୍କର ଘରେ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି। ଜଣେ ପୁଅ ଜଣେ ଝିଅଟିର ବୟସ ୫ବର୍ଷ ହୋଇଥିବା ବେଳେ ପୁଅଟିକୁ ମାତ୍ର ୧୧ମାସ ହୋଇଛି। ଘଟଣା ସ୍ଥଳରେ ଗଁଦିଆ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ପୋଷ୍ଟ ମଟର୍ମ ନିମନ୍ତେ ଏକ ଆମ୍ବୁଲାନ୍ସରେ ଢେ଼ଙ୍କାନାଳ ମେଡିକାଲକୁ ପଠାଯାଇଛି। ଘଟଣା ସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ଗାଡିକୁ ପୁଲିସ ଜବତ କରିଛି ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe