ନିରାକାରପୁର( ଖୋର୍ଦ୍ଧା): ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଘେଇପୁଟ ଛକ ନିକଟରେ ରାସ୍ତା କଡ଼ରେ ରଖାଯାଇଥିବାଏକ ଟ୍ରକ୍ ଦେହରେ ବାଇକର ଧକ୍କା ହେବା ଫଳରେ ଧନେଶ୍ୱର ଦଳେଇ ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟଇଛି। ଏହି ଦୁର୍ଘଟଣାରେ ଧନେଶ୍ୱରଙ୍କ ସହିତ ବାଇକରେ ଯାଉଥିବା ସ୍ୱାଧୀନ ଜେନା ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତାହତଙ୍କ ଘର ବାଣପୁର ଥାନା ଅନ୍ତର୍ଗତ ଆୟତପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us