ସ୍ବୟଂ ଶାସିତ ବିକ୍ରମ ଦେବ ମହାବିଦ୍ୟାଳୟର ଫୁଟ୍ ଓଭର ବ୍ରିଜ୍ କାମ ସରିବ କେବେ?

ସ୍ବୟଂ ଶାସିତ ବିକ୍ରମ ଦେବ ମହାବିଦ୍ୟାଳୟର ଫୁଟ୍ ଓଭର ବ୍ରିଜ୍ କାମ ସରିବ କେବେ?

Sambad

ଜୟପୁର: ୬୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ ରହିଛି ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଫୁଟ ଓଭରବ୍ରିଜ। ବହୁ ବାଦ୍ବି‌ବାଦ୍ ଏବଂ ଡିଜାଇନ୍ ଆସିବା ବିଳମ୍ବ ମଧ୍ୟରେ ଏବେ ଏହି କାମ ଚାଳିଛି। କିଛି ଗଛ ଓ କଲେଜ ସମ୍ମୁଖରେ ଯାଇଥିବା ବିଦ୍ୟୁତ ତାର୍ କାମରେ ବାଧା ସାଜିଥିଲା। ଏହା ଫଳରେ କାମ ଯେଉଁ ଗତିରେ ହେବା କଥା ହୋଇ ନ ପାରି ଧିମା ପଡ଼ିଯାଇଥିଲା। ଆଜି ପୁଲିସ, ପ୍ରଶାସନ ଆଦିର ଉପସ୍ଥିତିରେ ରାଜ୍ୟ ବନଉନ୍ନୟନ ନିଗମ ପକ୍ଷରୁ ଗଛ ସବୁ କଟାଯାଇଛି। ସେଭଳି ବିଦ୍ୟୁତ ତାରକୁ ବି ସଜଡ଼ା ଯାଇଛି। ସୂଚନାଯୋଗ୍ୟ, ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ମଧ୍ୟ ଭାଗରେ ଜାତୀୟ ରାଜପଥ ୨୬ ଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫ୍ ଲାଇନ୍ ରୋଡ଼ଟି ହୋଇଥିବାରୁ ସବୁ ବେଳେ କଲେଜ ସମ୍ମୁଖରେ ଟ୍ରାଫିକ ଜାମ୍ ହେବା ସହ ଛୋଟ ବଡ଼ ଦୁର୍ଘଟଣା ବି ଜାରି ରହୁଛି।

publive-image Sambad

ସେଭଳି ବହୁ ସମୟରେ କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ବି ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥକୁ ଅବରୋଧ କରୁଛନ୍ତି। ଏହା ସହ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ କଲେଜ ହୋଇଥିବାରୁ ଏଠାରେ ବିଭିନ୍ନ କର୍ମ ସଂସ୍ଥାନ ଏବଂ ଉଚ୍ଚ ଶିକ୍ଷା ପାଇଁ ବହୁ ସମୟରେ କଲେଜକୁ ପରୀକ୍ଷା କେନ୍ଦ୍ର କରାଯାଇଥାଏ। ଏଠାକୁ ଶହ ଶହ ପିଲା ଏବଂ ଅଭିଭାବକ ଦୁଇ ଏବଂ ଚାରି ଚକିଆ ଯାନ ବାହାନ ଧରି ଆସି ରାସ୍ତା ଉପରେ ପାର୍କିଂ କରି ରଖିବାରୁ ଟ୍ରାଫିକ ଜାମ୍ ବି ହୋଇଥାଏ।

publive-image Sambad

ଏ ସବୁକୁ ଦୃଷ୍ଟିରେ ରଖି ବିଧାୟକ ତାରାପ୍ରସାଦ ବାହିନୀପତି ଫୁଟ ଓଭରବ୍ରିଜ୍ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇ ଏହାକୁ ଅନୁମୋଦିତ କରାଇଥିଲେ। ୨୦ମିଟର ଲମ୍ବ ଓ ୩ମିଟର ଓସାର ବିଶିଷ୍ଟ ଫୁଟ ଓଭର ବ୍ରିଜ୍‌ର କାମ ସଂପ୍ରତି ଜାରି ରହିଛି। କାମରେ ବାଧକ ସାଜୁଥିବା ଗଛ କଟା ଏବଂ ବିଦ୍ୟୁତ ତାର ଘୁଞ୍ଚା ଯାଇଛି। ଫୁଟ ଓଭର ବ୍ରିଜର କାମ ଏବେ ଜାରୀ ରହିଛି। ଆସନ୍ତା ମାସକ ମଧ୍ୟରେ ଏହାର କାମ ସରିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ଭାସ୍କର ଚନ୍ଦ୍ର ସାମନ୍ତରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe