ପୁଲିସ ହାତରେ ଧରାପଡ଼ିଲା ବାଇକ ଲୁଟେରା

Advertisment
ପୁଲିସ ହାତରେ ଧରାପଡ଼ିଲା ବାଇକ ଲୁଟେରା

କଟକ : କଟକ ଚାଉଳିଆଗଞ୍ଜ ଥାନା ପୋଲିସ ହାତରେ ଧରା ପଡିଲା ବାଇକ ଲୁଟେରା । ଦୀର୍ଘଦିନ ଧରି ବାଇକ ଲୁଟ୍ କରି ଆସୁଥିବା ଯାଜପୁରର ଚଗଲି ଜେନାକୁ ଗିରଫ କରିବା ସହ ଲୁଟ କରିଥିବା ୧୫ ଟି ଗାଡିକୁ ଜବତ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଝାରପଡା ଅଞ୍ଚଳର ମାନସ ରଂଜନ ମହାକୁଡ଼ ତାଙ୍କ ବାଇକଟିକୁ ମହାନଦୀ ବିହାର ସେଲିବ୍ରେସନ ମଣ୍ଡପ ନିକଟରେ ରଖିଥିବା ବେଳେ କେହି ଦୁର୍ବୁତ୍ତ ଚୋରି କରି ନେଇଥିଲେ। ଏହା ପରେ ସେ ଏନେଇ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସର ଅନୁସନ୍ଧାନ ସମୟରେ ମୁଖ୍ୟ ଅଭିଯୁକ୍ତ ଚଗଲି ଜେନାଙ୍କୁ ଗିରଫ କରାଯାଇଥିଲା ଏବଂ ତାର ଦୁଇ ସହଯୋଗୀ ସନ୍ତୋଷ ବେହେରା ଏବଂ କହ୍ନେଇ ତନ୍ତି ନାମକ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ସମୟରେ ତାଙ୍କ ନିକଟରୁ ୧୫ ଟି ଚୋରି ବାଇକ ଜବତ କରାଯାଇଛି ।

ଚଗଲି ଜଣେ ନିଶାସକ୍ତ ବ୍ୟକ୍ତି ହୋଇଥିବାରୁ ନିଜର ନିଶା ସେବନ କରିବା ଲାଗି ଗାଡି ଚୋରି କରିଥାଏ । ଖାଲି ସେତିକି ନୁହେଁ ଚଗଲିର ଗାଡି ଚୋରି କରିବା ପଦ୍ଧତି ଥିଲା ପୁରା ଭିନ୍ନ । ସେ ଯାଜପୁରରୁ ଆସି ଓଏମପିରେ ଓହ୍ଲାଇବା ପରେ ବିଭିନ୍ନ ଗାଡ଼ିରେ ଚାବି ପୁରାଇଥାଏ, ଚାବିରେ ଯେଉଁ ଗାଡ଼ି ଖୋଲିଥାଏ ତାହାକୁ ନେଇ ଫେରାର ହୋଇଯାଏ । ଆଜି ମୁଖ୍ୟ ଅଭିଯୁକ୍ତ ଚଗଲି ସହ ଅନ୍ୟ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe