ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ନକରି ଲକ୍ଷାଧିକ ଟଙ୍କାର ଉଠିଛି ବିଲ

Advertisment
ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ନକରି ଲକ୍ଷାଧିକ ଟଙ୍କାର ଉଠିଛି ବିଲ

Sambad

ରାଇରଙ୍ଗପୁର: ଦୁର୍ନିତିର ଗନ୍ତାଘର ଭାବେ ପରିଚିତ ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବିଜାତଳା ବ୍ଲକ। ଉକ୍ତ ବ୍ଲକରେ ପୂର୍ବରୁ ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟରେ ଦୁନୀତି ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ କିଛିମାସ ପୂର୍ବରୁ ମଧ୍ୟ ବିଜାତଳା ବ୍ଲକ ମୁଣ୍ଡାଠାକୁରା ପଂଚାୟତ ରାଖାସାହି ଗ୍ରାମର ୫ ନଂ ୱାର୍ଡର ମନରେଗା ଯୋଜନାରେ କାର୍ଯ୍ୟ ନୋହଇ ବିଲ ଉଠାଯାଇଥିବା ନେଇ ୱାର୍ଡ ମେମ୍ବରଙ୍କ ସମେତ ଗ୍ରାମବାସୀମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି।

୫ ନଂ ୱାର୍ଡର ୱାର୍ଡମେମ୍ବର ରୀମା ଗୋଚ୍ଛାୟତଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଘରପାଖଦେଇ ଏକ ମୋରମ୍ ରାସ୍ତା ବହୁ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା। ତେବେ ଚଳିତବର୍ଷ ମଧ୍ୟ ଉକ୍ତ କାର୍ଯ୍ୟଟି ୧୫ ପୁଣିଥରେ ଅନୁମଦନ ହୋଇଥିଲା। ତେବେ କୌଣସି କାରଣରୁ ତାହା ଆରମ୍ଭ ମଧ୍ୟ ନହୋଇ ଲକ୍ଷାଧିକ ଟଙ୍କାର ବିଲ ବହୁ ଶ୍ରମିକଙ୍କ ଆକାଉନ୍ଟକୁ ଆସିଥିଲା। ତେବେ ଆକାଉଣ୍ଟକୁ ଆସିଥିବା ଟଙ୍କା ମଧ୍ୟ ଜୈନେକ ଠିକାଦାର ବ୍ୟାଙ୍କକୁ ଶ୍ରମିକମାନଙ୍କୁ ଡାକି ତାଙ୍କ ଆକଉଣ୍ଟରୁ ଟଙ୍କା ଉଠାଇ ନେଇଥିବା  ଶ୍ରମିକ ମାନେ ମଧ୍ୟ ଅଭିଯୋଗ କରିଛନ୍ତି।

ଉକ୍ତ କାର୍ଯ୍ୟ ବର୍ତ୍ତମାନ ମଧ୍ୟ ଚାଲୁଅଛି ବୋଲି ଅନଲାଇନରୁ ମାଷ୍ଟର ରୋଲ ମିଳିବା ପରେ ଷ୍ପଷ୍ଟ ଜଣାପଡୁଛି ଏବଂ ଉକ୍ତ କାର୍ଯ୍ୟ ପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ବିଲ ହୋଇଥିବା ଷ୍ପଷ୍ଟ ଜଣାପଡୁଛି। ଏହାବ୍ୟତିତ ଉକ୍ତ ଗ୍ରାମରେ ଯେକୌଣସି ସରକାରୀ କାର୍ଯ୍ୟ ଆରମ୍ଭ ହେଲେ ମଧ୍ୟ ଗ୍ରାମବାସୀଙ୍କୁ ନେଇ କୌଣସି ବୈଠକ ବସୁନଥିବା ଅଭିଯୋଗ ହୋଇଛି। ତେବେ ବିନା ସୂଚନା ଫଳକରେ କୌଣସି କାର୍ଯ୍ୟ ଆରମ୍ଭ ନହୋଇ କେମିତି ବିଲ୍ ହେଉଛି ଏବଂ ବ୍ଲକର କନିଷ୍ଠ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ କ୍ଷେତ୍ରକୁ ନଯାଇ କେମିତି ବିଲ କରୁଛନ୍ତି ତାହାର ତଦନ୍ତ କରାଯାଉ ବୋଲି ଦାବି ହୋଇଛି। ତେବେ ଉକ୍ତ ଦୁର୍ନିତିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା। ଏସମ୍ବନ୍ଧରେ ବିଡିଓ ଜଗରଞନ ନାଏକଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ଅଭିଯୋଗ ବିଷୟରେ ସେ ଜାଣି ନାହାଁନ୍ତି ତେବେ ତାହାର ତଦନ୍ତ କରିବେ ବୋଲି ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe