ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ସମାଜସେବୀ ବିନୋଦଙ୍କୁ ଡକ୍ଟରେଟ ଉପାଧି

Advertisment
ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ସମାଜସେବୀ ବିନୋଦଙ୍କୁ ଡକ୍ଟରେଟ ଉପାଧି

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସମାଜସେବୀ ଭାବେ ପରିଚିତ ବିନୋଦ ଟାଵରିଙ୍କୁ ଆନ୍ତର୍ଜାତିକ ୟୁନିସେଫ କାଉନସିଲ ପକ୍ଷରୁ ଆୟୋଜିତ ଏକବର୍ଣ୍ଣାଢ୍ୟ କାର୍ୟ୍ୟକ୍ରମରେ ସମ୍ମାନୀତ କରାଯିବା ସହ ଡକ୍ତରେଟ ଉପାଧୀ ପ୍ରଦାନ କରାଯାଇଛି। ଆନ୍ତର୍ଜାତିକ ପିସ ୟୁନିଭରସିଟି ତରଫରୁ ମାଲକାନଗିରି ଜିଲ୍ଲା ଭଳି ଉପାନ୍ତ ଜିଲ୍ଲାରେ ସମାଜସେବା କ୍ଷେତ୍ରରେ ନିଜକୁ ସମର୍ପିତ କରିଥିବା ଯବୁ ସମାଜସେବୀ ବିନୋଦ ଟାଵରିଙ୍କୁ ଡକ୍ତରେଟ ଉପାଧୀ ପାଇଁ ମନୋନୀତ କରାଯାଇଥିଲା। ସମାଜ ପ୍ରତି ତାଙ୍କର ଅବଦାନକୁ ଭୃୟସୀ ପ୍ରଶଂସା କରାଯାଇଥିଲା। ତାମିଲନାଡୁର କୋୟମ୍ବାଟୁର ଠାରେ ଆନ୍ତର୍ଜାତିକ ପିସ ୟୁନିଭରସିଟି ପକ୍ଷରୁ ଆୟୋଜିତ କାର୍ୟ୍ୟକର୍ମରେ ମୁଖ୍ୟ ଅତିଥି ଭାବେ ଫ୍ରାନସରୁ ଆସିଥିବା ଡଃ. ଟାଇମର ରୋମାନ ଜର୍ଜ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ କାଉନସିଲର ଅଧ୍ୟକ୍ଷ ଡଃ. ଇଂଜିନିୟର୍ସ ପ୍ରଭୁ, କର୍ଣ୍ଣର ହରିନ୍ଦର ସିଂହ ଅଟାଲୀ, ଏସ୍‌. ସୁରେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

publive-image Sambad

ଜୀବନବ୍ୟାପି ଏଭଳି ଲୋକଙ୍କ ସେବା କରିବା ପାଇଁ କାଉନସିଲ ପକ୍ଷରୁ ନିବେଦନ କରାଯାଇଥିଲା। ବିନୋଦ ଭଳି ଜଣେ ସଚ୍ଚୋଟ ଏବଂ ସମାଜସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରିଥିବାରୁ ତାଙ୍କୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ତାଙ୍କର ଏହି ପ୍ରୟାସ ତାଙ୍କୁ ଆହୁରି ଆଗକୁ ନେବ ବୋଲି କହିଥିଲେ। ଡକ୍ଟରେଟ ସମ୍ମାନରେ ସମ୍ମାନୀତ ହେବା ପରେ ବିନୋଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe