ବାଇକ ଦୁର୍ଘଟଣାରେ ବାପ ପୁଅ ଗୁରୁତର; ୧୦ ହଜାର ଟଂକା ସହଯୋଗ କଲେ ସ୍ବେଚ୍ଛାସେବୀ

Advertisment
ବାଇକ ଦୁର୍ଘଟଣାରେ ବାପ ପୁଅ ଗୁରୁତର; ୧୦ ହଜାର ଟଂକା ସହଯୋଗ କଲେ ସ୍ବେଚ୍ଛାସେବୀ

Sambad

ମାଲକାନଗିରି: ମାଲକାନଗିରିରେ ପୁଣି ସମାଜସେବୀ ବନୋଦ ଟାଵରିଙ୍କ ବଦାନ୍ୟତା ସାମ୍ନାକୁ ଆସିଛି। ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ନକ୍ସଲ ପ୍ରବଣ ସାଲିମି ଗ୍ରାମର କମଳ ସମରଥ ନିଜ ପୁଅର ନାମ ଲେଖାଇବା ପାଇଁ ମାଲକାନଗିରି କଲେଜକୁ ପୁଅ ପିତାମ୍ବର ସମରଥଙ୍କ ସହ ବାଇକ୍‌ରେ ଆସିଥିଲେ। କାମ ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ଅଜଣା ଗାଟି ମଟର ସାଇକେଲକୁ ଟକ୍କର ଦେଇ ଚାଲିଯାଇଥିଲା। ଦୁଇ ବାପା ଓ ପୁଅ ଗୁରୁତର ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ଦୁହିଁଙ୍କୁ ମାଥିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ପୁଅକୁ କୋରାପୁଟ ଏବଂ ବାପା କମଳଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

publive-image Sambad

ଦୁଇ ଜଣ ଗୁରୁତର ରହିଥିବା କୁହାଯାଇଛି। ଆର୍ଥିକ ଅବସ୍ଥା ଠିକ ନଥିବାରୁ କମଳଙ୍କୁ ସମାଜସେବୀ ବିନୋଦ ତୁରନ୍ତ ୧୦ ହଜାର ଟଂକା ପ୍ରଦାନ କରିଥିଲେ। ଚିକିତ୍ସାରେ ଯଦି ଆଉ କିଛି ସହଯୋଗ ହୋଇପାରିବ ସେ ନିଶ୍ଚିତ ଭାବେ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିନୋଦଙ୍କ ବଦାନ୍ୟତା ଯୋଗୁଁ ବହୁ ପରିବାର ଖୁସିରେ ଜୀବନ କାଟୁଥିବା ଜିଲ୍ଲାରେ ଦେଖିବାକୁ ମିଳିଛି। ସେ ଯେତେବେଳେ ବି କୌଣସି ଗରିବ ପରିବାର ଦୁଃଖ କଷ୍ଟରେ ଚଳୁଥିବା ଦେଖନ୍ତି ତୁରନ୍ତ ତାଂକ ନିକଟରେ ହାଜର ହୋଇ ନିଜର ସେବା ପ୍ରଦାନ କରିଥାନ୍ତି। ଯେଉଁଥିପାଇଁ ଆଜି ସେ ଜିଲ୍ଲାରେ ବେଶ ପରିଚିତ ବ୍ୟକ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe