ସୁକମା ରାସ୍ତାରେ ସିସିଟିଭି ଲଗାଇଲେ ବିନୋଦ

ସୁକମା ରାସ୍ତାରେ ସିସିଟିଭି ଲଗାଇଲେ ବିନୋଦ

Sambad

ମାଲକାନଗିରି: ମାଲକାନଗିରି ସହରକୁ ସୁରକ୍ଷିତ ରଖିବା ନେଇ ପୂର୍ବରୁ ଜିଲ୍ଲାର ବରିଷ୍ଠ ସମାଜସେବୀ ବିନୋଦ ଟାଵରୀ ପୁଲିସ ସହ ମିଶି ସହରର ଡିଏନକେ ଛକ, ବାଲିମେଳା ଛକ ଏବଂ ସୁବାଷ ବୋଷ ଛକରେ ସିସିଟିଭି ଲଗାଇଥିଲେ। ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବାରୁ ସବୁବେଳେ ସମାଜର ଭଲମନ୍ଦ କଥା ସେ ଚିନ୍ତା କରୁଛନ୍ତି। ମାଲକାନଗିରି ଭଳି ଅନୁନ୍ନତ ଜିଲ୍ଲାରେ ବହୁ ଗରିବ ଶ୍ରେଣୀର ଲୋକେ ବସବାସ କରୁଛନ୍ତି।ଏମାନଙ୍କର ଦୁଃଖ ଦେଖି ବିନୋଦ ସବୁବେଳେ ସହଯୋଗର ହାତ ବଢାଇ ଚାଲିଛନ୍ତି। ଜିଲ୍ଲା ପାଇଁ ଯେତେବେଳେ ବି ବିନୋଦଙ୍କ ଦରକାର ପଡେ ସେତେବେଳେଲ ସିଏ ହାଜର ହୋଇ ସହଯୋଗ କରନ୍ତି। ବନ୍ୟା, ବାତ୍ୟା ହେଉ ବା କରୋନା ସଂକ୍ରମଣ ସମୟ ହେଉ ବିନୋଦ ନିଜର ଦାୟିତ୍ବ ଭାବେ ପ୍ରଶାସନକୁ ସହଯୋଗ କରିଚାଲିଛନ୍ତି।

publive-image Sambad

ଏବେ ସୁକମା ରାସ୍ତାରେ ବହୁ ଯାନବାହାନ ଚଳାଚଳ ସହ ବିଭିନ୍ନ ପ୍ରକାର ଅଘଟଣ ଘଟୁଛି। ତେଣୁ ବିନୋଦ ଏହି ରାସ୍ତାରେ ଏକ ସିସିଟିଭି ନିଜ ଉଦ୍ୟମରେ ଲଗାଇଛନ୍ତି। ଏହା ଆଗାମୀ ଦିନରେ ପୁଲିସ ଏବଂ ପ୍ରଶାସନ ପାଇଁ ବହୁ ସହଯୋଗ କରିବ। ବିନୋଦଙ୍କ ଏଭଳି ଜନହିତକର କାର୍ଯ୍ୟ ପାଇଁ ସେ ବହୁ ସଂସ୍ଥା ତରଫରୁ ପୁରସ୍କୃତ ହେବା ସହ ଆର୍ଶିବାଦ ମଧ୍ୟ ପାଉଛନ୍ତି। ତେବେ କିଛି ଖଳ ପ୍ରକୃତର ଲୋକେ ଏହାକୁ ନିନ୍ଦା କରିବାକୁ ମଧ୍ୟ ପଛାଉ ନାହାଁନ୍ତି। ବିନୋଦ କିନ୍ତୁ ଏହାକୁ ଆର୍ଶିବାଦ ଭାବି ଆଗକୁ ବଢିବେ ବୋଲି କହିଥିଲେ। ଭଲ କାମ କଲେ ଲୋକେ ନିଶ୍ଚିତ ଭାବେ ଅଙ୍ଗୁଳି ଦେଖାଇବେ। ଏହା ଆଜିର ଘଟଣା ନୁହେଁ ବରଂ ଯୁଗ ଯୁଗ ଧରି ଚାଲିଆସିଥିବା ସେ କହନ୍ତି। ତେଣୁ ଜିଲ୍ଲାର ବିକାଶ କ୍ଷେତ୍ରରେ ସେ ସବୁବେଳେ ସହଯୋଗ କରୁଛନ୍ତି ଏବଂ କରି ଚାଲିବେ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe