ତେଜିଲା ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା ବିବାଦ: ମୃତକ ପରିବାରଙ୍କୁ ଭେଟିଲେ କଂଗ୍ରେସ ଟିମ୍‌

Advertisment
ତେଜିଲା ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା ବିବାଦ: ମୃତକ ପରିବାରଙ୍କୁ ଭେଟିଲେ କଂଗ୍ରେସ ଟିମ୍‌

ରାଉରକେଲା: ବୀରମିତ୍ରପୁର, ପୁରୀ ହାଜତ ମୃତ୍ୟୁ ଘଟଣା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାର ତଥ୍ୟ ଅନୁସନ୍ଧାନ ପାଇଁ କଂଗ୍ରେସର ଟିମ୍‌ ମୃତକଙ୍କ ପରିବାରକୁ ଭେଟିଛନ୍ତି। ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ରାଉରକଲୋ ଜିଲା କଂଗ୍ରେସ ସଭାପତି ଜର୍ଜ ତିର୍କୀଙ୍କ ନେତୃତ୍ବରେ ରାଉରକେଲାର ପୂର୍ବତନ ଜିଲ୍ଲା ସଭାପତି ବିରେନ ସେନାପତି, ବୀରମିତ୍ରପୁର ପୂର୍ବତନ ନଗରପାଳ ଶଶି ସାଗର, ବରିଷ୍ଠ କଂଗ୍ରେସ ନେତା ସାଜିଦ୍‌ ଆଲମ, କୈଳାସ ସାହୁ, ସାହିଦ ଆଲମ, ଜ୍ଞାନେନ୍ଦ୍ର ଦାସ, ଟାଉନ କଂଗ୍ରେସ ପୂର୍ବତନ ସଭାପତି ବିକ୍ରମ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ। ସେମାନେ ମୃତକଙ୍କ ମା ଓ ଭାଇଙ୍କୁ ସାକ୍ଷାତ କରି ଘଟଣା ସଂକ୍ରାନ୍ତରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ବୀରମିତ୍ରପୁର ଓ ରାଏବୋଗା ପୁଲିସର ଭୂମିକା ସନ୍ଦେହଜନକ ‌ହୋଇଥିବାରୁ ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଶ୍ରୀ ତିର୍କୀ ଦାବି କରିଛନ୍ତି।

ମାନବ ଅଧିକାର କମିସନ ଦ୍ବାରା ତଦନ୍ତ ସତ୍ୟ ଉନ୍ମୋଚନ କରିପାରିବ ନାହିଁ ଶ୍ରୀ ତିର୍କୀ ପ୍ରକାଶ କରିଥିଲେ। ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ପ୍ରତିବାଦରେ ଆଗାମି ଦିନରେ ବୀରମିତ୍ରପୁର ବନ୍ଦ ଡାକରା ଦିଆଯିବ। ମୃତ ଯୁବକଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରୀ ତିର୍କୀ ଚେତାବନୀ ଦେଇଛନ୍ତି ।ବୀରମିତ୍ରପୁର ହାଜତମୃତ୍ୟୁ ମାମଲାରେ ବୀରମିତ୍ରପୁର ଥାନା ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe