ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଡିଜିପିଙ୍କୁ ଜବାବ ତଲବ କଲେ ଏନ୍‌ସିଏସ୍‌ଟି

Advertisment
ଆୟୁଷ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, ପାଲଟା ଅଭିଯୋଗ କଲେ ଅଭିଯୁକ୍ତ ଅଧିକାରୀ

The Logical Indian

ରାଉରକେଲା: ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ନ୍ୟାସନାଲ କମିସନ୍‌ ଫର୍‌ ସିଡ୍ୟୁଲ ଟ୍ରାଇବ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଜବାବ ତଲବ କରିଛି। ବିଜେପି ନେତ୍ରୀ ସୁକେସି ଓରାମ ଏହି ମାମଲାକୁ ଆୟୋଗଙ୍କ ସମ୍ମୁଖକୁ ଆଣିଥିଲେ। ଆୟୋଗ ଏକ ମାସ ମଧ୍ୟରେ ଡିଜିପି ଅଭୟଙ୍କୁ ବିସ୍ତୃତ ରିପୋର୍ଟ ତଲବ କରିଛି ।

ଆଦିବାସୀ ଉତ୍ପୀଡ଼ନ ନେଇ ରହିଥିବା ବିଭିନ୍ନ ଆଇନ ଅନୁସାରେ ଏହି ମାମଲାରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ବିସ୍ତୃତ ରିପୋର୍ଟ ମାଗିଛି ଆୟୋଗ। ଏଥିସହିତ ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବହିଷ୍କୃତ ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି। ଆଜି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ  ଗିରଫ କରିଛି ଓ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଏହି ସମ୍ବେଦନଶୀଳ ଘଟଣାରେ ରାଏବୋଗା ଥାନାରେ ୬ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe