ଯାଯପୁର: ପ୍ରସିଦ୍ଧ ବିରଜାକ୍ଷେତ୍ରରେ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ଆଜି ସପ୍ତମ ଦିବସରେ ମା’ଙ୍କ ରଥଟଣା ଯାଇଛି। ରଥଟଣା ପୂର୍ବରୁ ସେବାୟତମାନେ ବିଧି ମୁତାବକ ସମସ୍ତ ନୀତିକାନ୍ତି ଶେଷ କରିଥିଲେ। ରଥାଯାତ୍ରାରେ କୋଭିଡ-୧୯ ନିୟମାବଳୀକୁ ପାଳନ କରାଯାଇଛି।
ସୂଚନାଯୋଗ୍ୟ, ବିରଜା ମନ୍ଦିରରେ ରଥଯାତ୍ରା ଆୟୋଜନ ଅନୁମତି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ୧୯ ନିୟମାବଳୀ ଅନୁସାରେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ବିରଜାଙ୍କ ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟରେ ପୃଥକ ଭାବେ ଦାୟର ମାମଲାର ଏକତ୍ର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦେଶ ଦେଇଥିଲେ।
Follow Us