ଚାରି ଦଫା ଦାବି ନେଇ କଂଗ୍ରେସର ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

Advertisment

ସମସ୍ତ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ଦୋକାନ-ବଜାର ଓ ଚାରି ଚକିଆ ଯାନ ଚଳାଚଳ ବନ୍ଦ

ସମସ୍ତ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ଦୋକାନ-ବଜାର ଓ ଚାରି ଚକିଆ ଯାନ ଚଳାଚଳ ବନ୍ଦ

ଚାରି ଦଫା ଦାବି ନେଇ କଂଗ୍ରେସର ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହରକୁ ଏନ୍‌ଏସି ମାନ୍ୟତା, ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା, ସୁରୁବାଲି ଯୋର ଉପରେ ଆନିକଟ ନିର୍ମାଣ ଏବଂ ହରିହର ଯୋର ଜଳସେଚନ ପ୍ରକଳ୍ପର ବାମପାର୍ଶ୍ଵ କେନାଲ ଓ ମହାନଦୀର ଦେଉଳୀ ଓ ବାଉଁଶୁଣୀ ମଧ୍ୟରେ ମହାନଦୀ ସେତୁ ନିର୍ମାଣ  ଦାବିରେ ଗୁରୁବାର  ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ଦୀର୍ଘ ଦିନ ହେବ ବିଭିନ୍ନ ସଂଗଠନ ପକ୍ଷରୁ ଏଭଳି ଦାବି ହୋଇ ଆସୁଥିଲେ ହେଁ ସରକାର ଶୁଣୁ ନଥିବା ଅଭିଯୋଗ ହୋଇଛି। ଫଳରେ ଆଜି କଂଗ୍ରେସ ବନ୍ଦ ଡାକରା ଦେଇଥିଲା

କେବଳ ଜରୁରୀ ସେବାକୁ ଛାଡି ଦୋକାନ, ବଜାର, ଗାଡି ମଟର ଚଳାଚଳ ବନ୍ଦ ରହିଥିଲା। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। କୋର୍ଟ କଚେରୀ, ଡାକଘର, ସମସ୍ତ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଥିଲା। କଂଗ୍ରେସ କର୍ମୀମାନେ ସକାଳୁ ରାସ୍ତାର ବିଭିନ୍ନ ଛକମାନଙ୍କରେ ପିକେଟିଂ କରିବା ସହ ନାରାବାଜି କରିଥିଲେ।  ଆଜିର ଏହି ବନ୍ଦରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ କଂଗ୍ରେସ ଓ ଯୁବ କଂଗ୍ରେସ ନେତା ସାମିଲ ହୋଇଥିଲେ। ଏହି ବନ୍ଦ ଡାକରା ସୁୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ, ବୀରମହାରାଜପୁର ବ୍ଲକ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ  ଯୁବ କଂଗ୍ରେସ ତରଫରୁ ବନ୍ଦ ଡାକରା ଦିଆଯାଇଥିଲା।

publive-image

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା,  ଜିଲ୍ଲା ଯୁବ କଂଗ୍ରେସ ସଭାପତି  ପ୍ରିୟବ୍ରତ ସାହୁ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସାମନ୍ତ ପାତ୍ର, ବ୍ଲକ  କଂଗ୍ରେସ ସଭାପତି ବସନ୍ତ କୁମାର ମହାକୁଡ଼, ବ୍ଳକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ର୍ଖିଡିଆ, ଜିଲ୍ଲା ରାଜୀବଗାନ୍ଧୀ ପଞ୍ଚାୟତିରାଜ କମିଟିର ସଭାପତି ଲବ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଜିଲ୍ଲା କଂଗ୍ରେସ ଉପସଭାପତି ରାଜଗୋପାଲ ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ପଣ୍ଡା, ଧର୍ମେନ୍ଦ୍ର ମେହେର ପ୍ରମୁଖ ବନ୍ଦ ପାଳନରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe