ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ: ମୟୂରଭଞ୍ଜ ଜିଲ୍ଲା ବିଜେପି ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ

Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ: ମୟୂରଭଞ୍ଜ ଜିଲ୍ଲା ବିଜେପି ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ପାଳନ

ବାରିପଦା: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଥାପିଛନ୍ତି ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ମୟୂରଭଞ୍ଜ ଜିଲ୍ଲା ବିଜେପି ମହିଳା ଏବଂ ଯୁବ ମୋର୍ଚ୍ଚା ପକ୍ଷରୁ ସେବା ସପ୍ତାହ ଭାବରେ ପାଳନ କରାଯାଇଛି। ଆଜିଠାରୁ ଆସନ୍ତା ଅକ୍ଟୋବର ମାସ ୭ ପର୍ଯ୍ୟନ୍ତ ଏହି ସେବା ସପ୍ତାହ ଜିଲ୍ଲାବ୍ୟାପୀ ପାଳନ ହେବ। ଆଜି ଏହି ଅବସରରେ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ୭୨ଟି ଦ୍ୱୀପ ପ୍ରଜ୍ଜ୍ଵଳନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରାଯାଇଥିଲା। ସେହିପରି ବସ୍ତିରେ ଫଳ ବଣ୍ଟନ କରାଯାଇଥିଲା।

ଜିଲ୍ଲା ମହିଳା ସଭାନେତ୍ରୀ ସରୋଜିନୀ କିସ୍କୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ଜିଲ୍ଲା ସଭାପତି କାନ୍ଦରା ସୋରେନ, ଶୋଭାବତୀ ଓତା, ସୁମନ ସିଂ, କବିବିଷ୍ଣୁ ଶତପଥି, ବିଜୟ ଦାସ, ଅନିତା ସେଠୀ, ପାୟଲ ରାୟ, ବଳରାମ ସାହୁ, କୁମାର ମଙ୍ଗଳମ, ଲକ୍ଷ୍ମଣ ତ୍ରିପାଠୀ, ଗୀତା ହେମ୍ବ୍ରମ, ହେମଲତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ଯୁବ ମୋର୍ଚ୍ଚା ପକ୍ଷରୁ ଶୁଳିଆପଦା ବ୍ଲକର କୋଷ୍ଠଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।

publive-image

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ସଭାପତି ବଳରାମ ସାହୁ, ଦେବବ୍ରତ ସାମଲ, ବିଜୟ କୁମାର ଦାସ, ପ୍ରବୀଣ ପାତ୍ର, ପ୍ରକାଶ ଅଗ୍ରୱାଲ, ଦିଲୀପ କୁମାର ଦାସ, ପ୍ରଦୀପ ପାଲବାବୁ, ଶମ୍ଭୁନାଥ ବେହେରା, ମନୋରଞ୍ଜନ ଦତ୍ତ, ମୁନା ସିଂ, ଚିନ୍ମୟ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe