ପ୍ରତିମୂର୍ତ୍ତି ବିବାଦ ଘଟଣା: ନବନିର୍ମାଣ କୃଷକ ସଙ୍ଗଠନର ୬ ସଦସ୍ୟ ଅଟକ

Advertisment

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ତାଲା ପକାଇ ନାରାବାଜି, ଘଟଣାସ୍ଥଳରୁ ଉଠାଇନେଲା ପୁଲିସ

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ତାଲା ପକାଇ ନାରାବାଜି, ଘଟଣାସ୍ଥଳରୁ ଉଠାଇନେଲା ପୁଲିସ

ପ୍ରତିମୂର୍ତ୍ତି ବିବାଦ ଘଟଣା: ନବନିର୍ମାଣ କୃଷକ ସଙ୍ଗଠନର ୬ ସଦସ୍ୟ ଅଟକ

Sambad

ଜଗତସିଂହପୁର ଟାଉନ୍: ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ବିବାଦ ଧୀରେଧୀରେ ପୁଣି ବଢ଼ିବାରେ ଲାଗିଛି। କଂଗ୍ରେସ ନେତା ହିମାଂଶୁ ମଲ୍ଲିକ ସପ୍ତାହ ପର୍ଯ୍ୟନ୍ତ ଆମରଣ ଅନଶନ କରି ଅସୁସ୍ଥ ହୋଇ ପଡ଼ିବା ଯୋଗୁଁ କଂଗ୍ରେସ ଆନ୍ଦୋଳନ ସ୍ଥଗିତ ରଖିଛି। ହେଲେ ନବନିର୍ମାଣ କୃଷକ ସଙ୍ଗଠନ ଏପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରି ନାହିଁ। ଆଜି ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା ସନ୍ଧ୍ୟା ସମୟରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ନାରାବାଜି କରିଥିଲେ। ଯାହାକୁ ନେଇ ପୁଲିସ ଛଅ ଜଣଙ୍କୁ ଅଟକ ରଖିଛି। ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ୱାଇଁ, ନାଉଗାଁ ବ୍ଲକ୍ ସଂଯୋଜକ ଆଶୋକ ସ୍ୱାଇଁ, ରଘୁନାଥପୁର ବ୍ଲକ୍ ସଂଯୋଜକ ଶରତ ଚନ୍ଦ୍ର ମହାପାତ୍ର, ସଙ୍ଗଠନକର୍ମୀ ଭୂବନାନନ୍ଦ ନାୟକ, ରଘୁନାଥପୁରର ଆଶୋକ ସ୍ୱାଇଁ ପ୍ରମୁଖଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଆଜି ସଂନ୍ଧ୍ୟାରେ ରଶ୍ମି ରଂଜନଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଆଗରେ ନବନିର୍ମାଣ କର୍ମକର୍ତ୍ତା ଗେଟ୍ ତାଲା ପକାଇ ବିକ୍ଷୋଭ କରି ନାରାବାଜି କରିଥିଲେ। ଜଗତସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ପରେ ଜୋର ଜବରଦସ୍ତ ଛଅ ଜଣଙ୍କୁ ଉଠାଇ ଆଣିଥିଲେ। ଅନ୍ୟପଟେ ରଘୁନାଥପୁରରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ନବନିର୍ମାଣ କୃଷକ ସଙ୍ଗଠନ କିଛି କର୍ମୀ ଦିନ ରାତି ବସି ରହିଛନ୍ତି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe