ଏସିଆ କପ୍‌ ହକିରେ ବିଶ୍ୱ

Advertisment
ଏସିଆ କପ୍‌ ହକିରେ ବିଶ୍ୱ

ଭୁବନେଶ୍ୱର: ଓଡ଼ିଆ ହକି ଅମ୍ପାୟାର ବିଶ୍ୱ ରଞ୍ଜନ ଷଡ଼ଙ୍ଗୀଙ୍କୁ ଆଉ ଏକ ବଡ଼ ସୁଯୋଗ ମିଳିଛି। ବାଂଲାଦେଶର ରାଜଧାନୀ ଢାକାରେ ବୁଧବାରଠାରୁ ଆରମ୍ଭ ହେଉଥିବା ଏସିଆ କପ୍‌ ହକି ପ୍ରତିଯୋଗିତାରେ ରାଜ୍ୟର ଏହି ଉଦୀୟମାନ ହକି ଅମ୍ପାୟାରଙ୍କୁ ଜଜ୍‌ ନିଯୁକ୍ତ କରାଯାଇଛି। ଏଥିଲାଗି ବିଶ୍ୱରଞ୍ଜନ ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଢାକାରେ ରହିବେ। ଏହି ସଫଳତା ଲାଗି ହକି ଓଡ଼ିଶାର ସଂପାଦକ ପ୍ରତାପ ଶତପଥୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ଏଜିରେ କାମ କରୁଥିବା ବିଶ୍ୱ ରଞ୍ଜନ ପୂର୍ବରୁ ହକି ଇଣ୍ଡିଆ ଲିଗ୍‌ ସହ ଭାରତ-ଜାପାନ ଶୃଙ୍ଖଳାରେ ମଧ୍ୟ ସଫଳତାର ସହ ଜଜ୍‌ ଦାୟିତ୍ୱ ତୁଲାଇ ସାରିଛନ୍ତି। ସୂଚନାଯୋଗ୍ୟ ଯେ ଏସିଆ କପ ହକିରେ ଆୟୋଜକ ବାଂଲାଦେଶ, ଭାରତ, ପାକିସ୍ତାନ, ଚୀନ, ମାଲେସିଆ, ଓମାନ, ଜାପାନ ଓ ଦକ୍ଷିଣ କୋରିଆ ଭଳି ୮ ଦଳ ଅଂଶ ଗ୍ରହଣ କରିବେ। ବିଶ୍ୱ ଭାରତ ଛାଡ଼ି ଅନ୍ୟ ସବୁ ମ୍ୟାଚ୍‌ରେ ଜଜ୍‌ ଦାୟିତ୍ୱରେ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe