ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ଆରାଧନା

Advertisment
ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ଆରାଧନା

Sambad

ଭଞ୍ଜନଗର: ଭଞ୍ଜନଗର ସହରରେ ଆଜି ବିଭିନ୍ନ ଶିଳ୍ପାନୁଷ୍ଠାନରେ ବିଶ୍ବକର୍ମାଙ୍କ ପୂଜା ଉତ୍ସାହ ଉଦ୍ଦିପନା ସହ ପାଳିତ ହୋଇଯାଇଛି। ସବୁଠି ମହା ଆଡମ୍ବର ସହକାରେ ପାଳନ ହୋଇଥିବା ଦେଖିବାକୁ ମିଳିଛି। ଦୀର୍ଘଦୁଇ ବର୍ଷପରେ ଚଳିତ ବର୍ଷ କଟକଣା ନଥିବାରୁ ସୁନ୍ଦର ସାଜସଜ୍ଜା ଭିତରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ପୂଜା କରିଛନ୍ତି। ଗ୍ୟାରେଜ ଠାରୁ ଆରମ୍ଭ କରି ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ସମସ୍ତେ ନିର୍ମାଣର ଦେବତା ବିଶ୍ବକର୍ମାଙ୍କ ଆବାହନ କରିଛନ୍ତି। ଏଥିସହ କିଛି ସରକାରୀ କାର୍ଯ୍ୟାଳୟରେ ଆଲୋକ ମାଳାରେ ତ‌ୋରଣରେ ସଜ୍ଜିତ କରି ବିଶ୍ବକର୍ମା ପୂଜା କରାଯାଇଛି।

ଭଞ୍ଜନଗର ବିଦ୍ୟୁତ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ପରିସର ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାଳୟରେ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଛି। ଏଥିସହ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ନେଇ ପ୍ରସ୍ତୁତି ଚାଲିଛି। ସହରରେ ଥିବା ପୂର୍ତ୍ତ ବିଭାଗ, କ୍ଷୁଦ୍ରଜଳସେନ ବିଭାଗ, ଓଏସଆରଟିସି କାର୍ଯ୍ୟାଳୟ, ଗ୍ୟାରେଜ ଓ ମେକାନିକାଲ ସଂଘ ଓ ବିଭିନ୍ନ କାର୍ଯ୍ୟାଳୟରେ ବିଶ୍ବର୍କମାଙ୍କ ପୂଜା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe