ରାୟଗଡ଼ା: ବିଜେଡି ଅଫିସରରେ ଭଙ୍ଗାରୁଜା, ୫ ଆହତ

Advertisment
ରାୟଗଡ଼ା: ବିଜେଡି ଅଫିସରରେ ଭଙ୍ଗାରୁଜା, ୫ ଆହତ

ରାୟଗଡ଼ା: ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ବିଜେଡି-ବିଜେପି ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗତକାଲି ବିଜେପିର ସମର୍ଥକଙ୍କୁ ମାଡ଼ ମରାଯାଇଥିିବା ପ୍ରତିବାଦରେ ଆଜି ବହୁ ସଂଖ୍ୟକ ବିଜେପି କର୍ମୀ ରାୟଗଡ଼ା ସହରର ସାଂସଦ ଭାସ୍କର ରାଓଙ୍କ ଘର ପାଖରେ ଥିବା ବିଜେଡି ଅଫିସରେ ପଶି ଭଙ୍ଗାରୁଜା କରିବା ସହିତ ବିଜେଡି କର୍ମୀଙ୍କୁ ମାଡ଼ ମାରିଛନ୍ତି। ବିଜେପି କର୍ମୀଙ୍କ ମାଡ଼ରେ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ରାୟଗଡ଼ା ଜିଲ୍ଲା ମଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ବିଜେଡି ସମର୍ଥକମାନେ ଦୁଇଜଣ ବିଜେପି କର୍ମୀଙ୍କୁ ଅଟକାଇ ତୁମେ କାହିଁକି ବିଜେପିକୁ ସମର୍ଥନ କରୁଛ ବୋଲି କହିବା ସହିତ ସେମାନଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ଅଧିକାଂଶ ଅନୁସୂଚିତ ଜନଜାତିର ବିଜେପି ନେତାମାନେ ବିଜେଡି ଅଫିସରେ ପଶି ଭଙ୍ଗାରୁଜା କରିବା ସହିତ ବିଜେଡି କର୍ମୀଙ୍କୁ ମାଡ଼ ମାରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ତେବେ ଏହାକୁ ନେଇ ସମଗ୍ର ରାୟଗଡ଼ା ସହରରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe