ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

Advertisment
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସତୀଗୁଡା ଇକୋ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବିଧାୟକ ତଥା ମାଲକାନଗିରି ବିଜେଡି ସଭାପତି ପୁର୍ଣ ଚନ୍ଦ୍ର ବାକା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇ ମାଲକାନଗିରି ଜିଲ୍ଲା ବିଜେଡି ସଂଗଠନକୁ ମଜବୁତ କରିବା ପାଇଁ ଦଳର ସମସ୍ତ କର୍ମକାର୍ତ୍ତାଙ୍କୁ ଏକାଠି ହୋଇ ସମସ୍ତ ମନାନ୍ତର ଓ ମତାନ୍ତରକୁ ଭୁଲି ଦଳ ପାଇଁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବରେ ବିହନ ନିଗମ ଅଧ୍ୟକ୍ଷ ତଥା ମାଲକାନଗିରି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ମାଲକାନଗିରି ଜିଲ୍ଲା ପରିଷଦର ପ୍ରତ୍ୟେକ ଜୋନରେ ଜୋନାଲ କମିିିଟି ଜିଲ୍ଲା ପରିଷଦର ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ସମସ୍ତ ପ୍ରାର୍ଥୀଙ୍କୁ କିଭଳି ଜୟଯୁକ୍ତ କରାଇବେ ଉକ୍ତ ଜୋନାଲ କମିଟିକୁ ଦାଇତ୍ୱ ତୁଲାଇବା ନେଇ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମାଲକାନଗିରି ଜିଲ୍ଲାରେ ଓ ପୌରପରିଷଦର ୩ଟି ସ୍ଥାନରେ କଂଟ୍ରୋଲ କମ୍ମିଟି ଗଠନ କରାଯାଇ ,ଉକ୍ତ କଂଟ୍ରୋଲ କମିଟିର ତତ୍ବାବଧାନରେ ଜୋନାଲ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଆଜିର ବୈଠକରେ ଜିଲ୍ଲା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ମାଲକାନଗିରି ଜିଲ୍ଲାର ନଗର ଭବନ ଓ ମାଥିଲି ବ୍ଲକର ସହିଦ ଲକ୍ଷ୍ମଣ ନାୟକ ଭବନରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଗଲା ।

publive-image

ଆଜିର ବୈଠକରେ ପର୍ଯ୍ୟବେକ୍ଷକ ଚନ୍ଦ୍ର ସାରଥୀ ବେହେରା ଓ ସହ ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ମାଲକାନଗିରି ଜିଲ୍ଲାର କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ବିଜେଡି ଗୋଷ୍ଠୀ କନ୍ଦଳ ବିଷୟରେ ସମସ୍ତ କର୍ମୀଙ୍କ ସହ ଆଲୋଚନା କରିଥିଲେ କିନ୍ତୁ ଏଥିରେ ସମସ୍ତ କର୍ମୀ ଆମ୍ଭେ ମିଳିମିଶି ଦଳ ପାଇଁ କାମ କରୁଛୁ ଓ ଆମ୍ଭେ ସମସ୍ତେ ତ ବିଜେଡି ଦଳର ଦାୟିତ୍ୱରେ ଅଛୁ ବୋଲି ମତ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ ,ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡା ,ଗୋପାଳ ପଣ୍ଡା ,ରାଜବନ୍ତ କୌର ,ମୁକୁନ୍ଦ ସୋଡି ,ପ୍ରଭାକର ପ୍ରଧାନ ,ଯୁବ ସଭାପତି ଆଡ଼ମା ରାବାଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃମଣ୍ଡଳୀ ,ଯୁବ ଛାତ୍ର ନେତୃ ମଣ୍ଡଳୀ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା କରିଥିବା ବେଳେ ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe