ଖୋର୍ଦ୍ଧା ଜିଲ୍ଲା ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

Advertisment
ଖୋର୍ଦ୍ଧା ଜିଲ୍ଲା ବିଜେଡି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବିଜେଡି ଆନୁକୂଲ୍ୟରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନମଣ୍ଡଳୀ ପକ୍ଷରୁ ସ୍ଥାନୀୟ ବିଡିଏ କଲ୍ୟାଣ ମଣ୍ଡପରେ ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ମୋହନ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳାଇ, ଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷ ବିଜୟ ଜେନା, ଜିଲ୍ଲାପରିଷଦ ସଭ୍ୟ ସ୍ୱଦେଶ ରାଉତରାୟ, ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳି ପାଟ୍ଟଶାଣୀ, ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜକ ଦଲୀପ କୁମାର ହୋତା, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ପରିଡ଼ା, ନଗର ସଭାପତି ମହମ୍ମଦ ଆରିଫ, ବିଭୁପ୍ରସାଦ ସାହୁଙ୍କ ପ୍ରମୁଖ ମଂଚାସୀନ ଥିଲେ । ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ଶାସନ କ୍ଷମତାକୁ ଲଗାତାର ୫ଥର ଆସିଛି । ତାଙ୍କରି ପ୍ରଚେଷ୍ଟାରେ ରାଜ୍ୟର ଅନେକ ବିକାଶ ହୋଇଛି ବୋଲି ବକ୍ତମାନେ ମତ ବ୍ୟକ୍ତି କରି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା, ଦାରିଦ୍ର ଦୂରୀକରଣଯୋଜନା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ମହାନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ବିକାଶ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା, ଯୁବ, ଛାତ୍ର ଓ ଅନ୍ୟ ଛାମୁଆ ସଂଗଠନର ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ଥିଲେ ।

ଏହି ଅବସରରେ ଆଜି ସକାଳେ ବିଧାୟକ ଶ୍ରୀମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ବିଜୁପଟ୍ଟନାୟକ ପାର୍କ ପରିସରସ୍ଥ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣୟାବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe