ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଘୁ ଉଦୟଗିରି:୨୬ ବର୍ଷ ପୂର୍ତ୍ତି କରି ୨୭ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ।ଏକ ନୂତନ ଆଶା ନୂତନ ଚିନ୍ତାଧାରା ରେ ନବୀନ ଓଡିଶା ଗଢିତୋଳିବା ପାଇଁ ଏକ ସୈନିକ ଭାବେ କାର୍ଯ୍ୟ କରିବାକୁ ଆଜି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସରେ ସ୍ଥାନୀୟ ପରିଷଦ ଅନ୍ତର୍ଗତ ୪ନଂ ୱାର୍ଡର ମିନି ଷ୍ଟାଡିୟମ୍ ଠାରେ ଘୁ.ଉଦୟଗିରି ବିଜୁ ଜନତା ଦଳ ତରଫରୁ ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଜୁ ପ୍ରେମୀମାନେ ଶପଥ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୭ ହଜାର ରୁ ଉର୍ଦ୍ଧ ବିଜୁ ପ୍ରେମୀଙ୍କ ସମାଗମ ହୋଇଥିବା ବେଳେ ,କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ, ଓଡ଼ିଆ ବିହନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ସ୍ଥାନୀୟ ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ଟିକାବାଲି ବ୍ଲକ ଅଧ୍ୟକ୍ଷ ଦିଲୀପ କହଁର, ଉପାଧ୍ଯକ୍ଷ ଏନ ଲୁକ୍, ଘୁ ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲିଲିମା ପ୍ରଧାନ, ସ୍ଥାନୀୟ ଏନଏସି ନଗର ସଭାପତି ଗୋପାଳ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଅନିଲ ଦଳବେହେରା, ବ୍ଲକ ସଭାପତି ଲିଙ୍ଗରାଜ କହଁର, କାର୍ଯ୍ୟକାରୀ ସଭାପତି ଉଦୟନାଥ ନାୟକ, ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲ, ମିଥୁନ ଦିଗାଲ, ଛୋଟନ ନାୟକ, ବ୍ରହ୍ମାନଂଦ ସାହୁ,ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ସରପଞ୍ଚ, ସମିତି ସଭ୍ୟ ଓ ସମସ୍ତ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସମୀର କୁମାର ପାଢ଼ୀ ପରିଚାଳନା କରିଥିବାବେଳେ ମଂଚାସୀନ ସମସ୍ତ ଅତିଥି ନିଜ ବକ୍ତବ୍ୟରେ ବିଜୁ ଜନତା ଦଳର ପ୍ରତିଷ୍ଠା ଓ ଶାସନ ନୀତି ସହ ରାଜ୍ୟର ବିକାଶ ମୂଳକ କାର୍ଯ୍ୟକ୍ରମ ସହ ଜନତାଙ୍କ ବ୍ୟକ୍ତିଗତ ଉନ୍ନତି ସମାଜର ଉନ୍ନତି ବିଷୟରେ ବକ୍ତବ୍ୟ ରଖିବା ସହିତ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ଜନତା ବିଜୁ ଜନତା ଦଳର ବଳ ବୋଲି କହିବା ସହ ଆଗାମୀ ୨୦୨୪ ନିର୍ବାଚନ ନିମନ୍ତେ ବିଜୁ ଜନତା ଦଳ ନିମନ୍ତେ ସମର୍ଥନ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଅନୁପସ୍ଥିତିକୁ ସମସ୍ତ ବିଜେଡି କର୍ମୀ ଏବଂ ନେତା ଅନୁଭବ କରିଥିଲେ। ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ ଓଡିଶା ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ସାମ୍ବିଧାନିକ ପଦବୀର ମର୍ଯ୍ୟଦା ଦୃଷ୍ଟିରୁ ଦଳୀୟ କାର୍ଯ୍ୟକ୍ରମଠାରୁ ଦୂରେଇ ରହୁଛନ୍ତି। ଯାହାକି ସ୍ଥାନୀୟ ଅଞ୍ଚଳବାସୀ ବିଧାୟକଙ୍କ ଅନୁପସ୍ଥିତିକୁ ବେଶ ମନେପକାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe