ଭୁଶୁଡୁଛି ବିଜେଡି, ଦଳ ଛାଡୁଛନ୍ତି ନେତା ଓ କର୍ମୀ

ମାଲକାନଗିରି ଜିଲ୍ଲାରେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ନେତା ଓ କର୍ମୀଙ୍କ ମଧ୍ୟରେ ପୂର୍ବ ଭଳି ଆଉ ଉତ୍ସାହ ଓ ଲୋକ ସଂପର୍କ ଦେଖିବାକୁ ମିଳୁନାହିଁ।ଦଳରେ ଦୁଇ ତିନି ଗୋଷ୍ଠୀ ହେବା ଯୋଗୁଁ ଗୋଷ୍ଠୀ କନ୍ଦଳ ଏବେ ବି ଲାଗି ରହିଛି...

Mkg BJP re samil hele BJD neta (1)

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ନେତା ଓ କର୍ମୀଙ୍କ ମଧ୍ୟରେ ପୂର୍ବ ଭଳି ଆଉ ଉତ୍ସାହ ଓ ଲୋକ ସଂପର୍କ ଦେଖିବାକୁ ମିଳୁନାହିଁ।ଦଳରେ ଦୁଇ ତିନି ଗୋଷ୍ଠୀ ହେବା ଯୋଗୁଁ ଗୋଷ୍ଠୀ କନ୍ଦଳ ଏବେ ବି ଲାଗି ରହିଛି। ଏଭଳି ପରିସ୍ଥିତିରେ ଦଳର ନେତା ଓ କର୍ମୀ ଏବେ ଦଳ ଛାଡୁଛନ୍ତି।

ବିଜେଡିର ଆଗଧାଡିର ଜିଲ୍ଲା ବିଜେଡି ସଂପାଦକ ଇ.ଭେଙ୍କେଟ ରାଓ ସମେତ ସାଧାରଣ ସଂପାଦକ ହିମାଂଶୁ ସାମଲ,ବିଜେଡିର ଯୁବ ସଂପାଦକ ପ୍ରଶାନ୍ତ କୁମାର ଜେନା,କେଶବ ଚନ୍ଦ୍ର ନାୟକ ପ୍ରମୁଖ ଦଳ ଛାଡି ଏବେ ପଦ୍ମ ଫୁଲ ଧରିଲେ।ଭୁବନେଶ୍ବର ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରେ ବେଜିପିରେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ନବରଂଗପୁର ସାଂସଦ ବଳଭଦ୍ର ମାଝି ଉପସ୍ଥିତ ରହିଥିଲେ।

ଅଧିକ ପଢ଼ନ୍ତୁ: ଏନଡିଆରଏଫ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ସମ୍ପର୍କିତ ସଚେତନତା କର୍ମଶାଳା

ଜିଲ୍ଲାରେ ଆଗକୁ ବହୁ ବିଜେଡି ନେତା ଓ କର୍ମୀ ଦଳ ଛାଡି ଅନ୍ୟ ଦଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେଡି ଦଳ ଜିଲ୍ଲାରେ ଭୁଶୁଡୁଛି ବୋଲି ଆଲୋଚନା ହେଉଛି।

ବିଜେପି ଏବେ ଜିଲ୍ଲାରେ ଆଗଧାଡିରେ ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର କର୍ମୀ ଏବେ ବିଜେପି ମୁହାଁ ହେଉଛନ୍ତି। ସରକାର ଗଠନ କରିବା ପରେ ବିଜେପି ଏବେ ଜିଲ୍ଲାରେ ଜୋରସୋରରେ ବିକାଶ କାର୍ଯ୍ୟରେ ଲାଗିଥିବା ଯୋଗୁ ଅନ୍ୟ ଦଳର ନେତାମାନେ ନିଜ ଦଳ ଛାଡି ଏହି ଦଳରେ ଯୋଡି ହେବା ପାଇଁ ମାଧ୍ୟମ ଖୋଜୁଛନ୍ତି। 

ତେବେ ବିଜେଡି ଜିଲ୍ଲାରେ ସଂପୂର୍ଣ୍ଣ ରୂପେ ଭୁଶୁଡିବ ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେଡି ସଭାପତିକୁ ନେଇ ମଧ୍ୟ ଦୁଇ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲବି ଚାଲୁଥିବାରୁ ଦଳରେ କିପରି ସ୍ଥିତି ରହିଥିବ ସହଜରେ ଅନୁମେୟ। ତେବେ ଏହି ପୁରୁଖା କର୍ମୀମାନେ ଦଳ ଛାଡିବା ପରେ ଦଳରେ ବହୁ ପ୍ରଭାବ ପଡିବ ବୋଲି କୁହାଯାଇଛି।କିନ୍ତୁ ବିଜେଡି କହିଛି ଆମର ଗୋଷ୍ଠୀ କନ୍ଦଳ ନାହିଁ କିମ୍ବା ଦଳର କୌଣସି ପ୍ରଭାବ ପଡିବ ନାହିଁ।

ଅଧିକ ପଢ଼ନ୍ତୁ: ନନ୍ଦକାନନରେ ନୂତନ ଅତିଥି: ହାଇଦ୍ରାବାଦ ପ୍ରାଣୀଉଦ୍ୟାନ ସହିତ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe