ଜଗତସିଂହପୁର ଜିଲ୍ଲାର ୭ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ

ଜଗତସିଂହପୁର ଜିଲ୍ଲାର ୭ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଆଗୁଆ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ୮ଟା ବ୍ଲକରେ ଭୋଟ୍ ଗଣତି କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ସମସ୍ତ ବ୍ଲକରେ ବିଜେଡି ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦୀମାନଙ୍କଠାରୁ ବେଶ୍ ଆଗରେ ରହିଛନ୍ତି। ଜିଲ୍ଲାର ଏକମାତ୍ର ବ୍ଲକ୍ କୁଜଙ୍ଗ ବ୍ଲକରେ ବିଜେପି ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ଅନ୍ୟ ୭ଟି ବ୍ଲକରେ ବିଜେଡି ପ୍ରାର୍ଥୀମାନେ ଆଗରେ ରହିଛନ୍ତି। ତଥ୍ୟ ମୁତାବକ, ପ୍ରଥମ ରାଉଣ୍ଡ ସୁଦ୍ଧା ନାଉଗାଁ ବ୍ଳକ୍ ଜୋନ୍-୧ ବିଜେଡି ପ୍ରାର୍ଥୀ ଅମିତା ସ୍ବାଇଁ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ଆଚାର୍ଯ୍ୟଙ୍କଠାରୁ ପ୍ରଥମ ରାଉଣ୍ଡ ସୁଦ୍ଧା ୧୬୭ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଏରସମାରେ ବିଜେଡି ପ୍ରାର୍ଥୀ ପ୍ରଣବ ସ୍ବାଇଁ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଧ୍ୱଜରାଜ ଖଣ୍ଡୁଆଳଙ୍କଠାରୁ ଶହେ ଖଣ୍ଡ ଭୋଟ୍ ଆଗରେ ରହିଛନ୍ତି। ରଘୁନାଥପୁରରେ ବିଜେଡି ପ୍ରାର୍ଥୀ ରୀନାରାଣୀ ମଲ୍ଲିକ କଂଗ୍ରେସ ପ୍ରାର୍ଥୀ ନନ୍ଦିତା ମଲ୍ଲିକଙ୍କଠାରୁ ୧୮୨ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।

ବାଲିକୁଦାରେ ବିଜେଡି ପ୍ରାର୍ଥୀ ଡଲି ପଣ୍ଡା କଂଗ୍ରେସ ପ୍ରାର୍ଥୀ ସ୍ବର୍ଣ୍ଣପ୍ରଭା ଭୋଳଙ୍କଠାରୁ ୧୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିରିଡ଼ିରେ ବିଜେଡି ପ୍ରାର୍ଥୀ ଦୀପ୍ତିମୟୀ ରାୟ ବିଜେପିର ଗୀତାଞ୍ଜଳି ସାହୁଙ୍କଠାରୁ ୨୯୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ତେବେ କୁଜଙ୍ଗ ବ୍ଲକରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି। ଏହି ଜୋନରେ ବିଜେଡି ପ୍ରାର୍ଥୀ ପ୍ରମୋଦ ଚରଣ ସ୍ବାଇଁ ବିଜେପିର ଗୀତାଞ୍ଜଳି ସାହୁଙ୍କଠାରୁ ମାତ୍ର ୨୮ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଜଗତସିଂହପୁର ବ୍ଲକରେ ବିଜେଡି ପ୍ରାର୍ଥୀ ଚିତ୍ତରଂଜନ ରାଉଳ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ର୍ରେସର ବିଭୂତି ଭୂଷଣ ସାହୁଙ୍କଠାରୁ ୩୦୩ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ଆଜି ଜିଲ୍ଲାରେ ୮ ଜିଲ୍ଲା ପରିଷଦ ଜୋନ୍ ସମେତ ୬୬ଟି ପଂଚାୟତ ଓ ୧୧୧୮ ଜଣ ଓ୍ୱାର୍ଡସଭ୍ୟ ପାଇଁ ଭୋଟ୍ ଗଣତି ଜାରି ରହିଛି। ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ଘଣ୍ଟାକ ପୂର୍ବରୁ ପ୍ରାର୍ଥୀମାନଙ୍କର ଏଜେଂଟ୍ କେନ୍ଦ୍ରକୁ ପ୍ରବେଶ କରିଥିଲେ। ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe