ବିଜେପିର ସଂଗଠନିକ ବୈଠକ, ସୁସ୍ଥ ହେବା ପରେ ବୈଠକରେ ଯୋଗଦେଲେ ବିଧାୟକ ଆଦିତ୍ୟ ମାଢୀ

ବିଜେପିର ସଂଗଠନିକ ବୈଠକ, ସୁସ୍ଥ ହେବା ପରେ ବୈଠକରେ ଯୋଗଦେଲେ ବିଧାୟକ ଆଦିତ୍ୟ ମାଢୀ

Sambad

ମାଲକାନଗିରି: ମାଲକାନଗିରି ସଦର ମହକୁମା ସ୍ଥିତ ନଗର ଭବନ ଠାରେ ବିଜେପିର ସଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ ଚିକିତ୍ସା ପରେ ସୁସ୍ଥ ହୋଇ ବୈଠକରେ ଯୋଗ ଦେଇଥିଲେ। ଜିଲ୍ଲା ବିଜେପି ସଭାପତି ନିମାଇ ପାଲ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ପ୍ରଭାରୀ କାଳୀରାମ ମାଝୀ, ପୂର୍ବତନ ସଭାପତି ଗୁରୁଚରଣ ମହାନ୍ତି, ବାଲିମେଳା ଏନଏସି ଅଧ୍ୟକ୍ଷ ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ, ଯୁବମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ଉମେଶ ଖୋସଲା, ବ୍ଲକ ଅଧ୍ୟକ୍ଷ ନିରଞ୍ଜନ ହାଲଦାର, ପଦୁରାମ ମାଝୀ, ସାଧାରଣ ସମ୍ପାଦକ ମାଣିକ ଚକ୍ରବର୍ତ୍ତୀ, କୋଷାଧ୍ୟକ୍ଷ ସଂଜୟ ସରକାର, ଅକ୍ଷୟ ବିଶ୍ବାଳ, ନବଘନ ଲୋକେଇ, ଭବାନୀ ଶଂକର ମୁଖାର୍ଜୀ ପ୍ରମୁଖ ମଞ୍ଚାସୀନ ଥିଲେ। ବୈଠକରେ ଗୁଜରାଟରେ ବିଜେପିର ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ନିର୍ବାଚନ ନେଇ ଏବେ ଠାରୁ ତୃଣମୂଳ ସ୍ତରରେ କାମ କରିବାକୁ ପଡିବ ବୋଲି ଆଲୋଚନା ହୋଇଥିଲା। ନରେନ୍ଦ୍ର ମୋଦୀଙ୍କ ସମସ୍ତ ବିକାଶ ମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପରାମର୍ଶ ଦିଆଯାଇଥିଲା।

ବିଧାୟକ ଆଦିତ୍ୟ ମାଢୀ ସୁସ୍ଥ ହୋଇଥିବାରୁ ସବୁ କର୍ମୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ତାଙ୍କର ନେତୃତ୍ବରେ ଆଗାମୀ ଦିନରେ ପୁଣି ବିଜେପି ଆଗକୁ ବଢିବା ସହ ଲୋକଙ୍କ ସମସ୍ୟା ଦୁର କରିବାକୁ ଚେଷ୍ଟା କରିବ। ଏହି ଅବସରରେ ବିଜେଡିର ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସାଥୀ ବିଶ୍ବାସ ବିଜେପିରେ ଯୋଗ ଦେଇଥିଲେ।ଜିଲ୍ଲାରେ ବିଜେପିର ସ୍ଥିତିକୁ ନେଇ ବିଶେଷ ଆଲୋଚନା କରାଯାଇଥିଲା। ଜିଲ୍ଲାରୁ ଆସିଥିବା ଶତାଧିକ କର୍ମୀଙ୍କୁ ଉପସ୍ଥିତ ନେତାମାନେ କିପରି ଆଗାମୀ ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ ଏବଂ ଲୋକଙ୍କ ସମସ୍ୟାକୁ ଦୂର କରିହେବ ସେନେଇ ପରାମର୍ଶ ଦେଇଥିଲେ। ବିଧାୟକ ଫେରିବା ପରେ କର୍ମୀ ମହଲରେ ଆନନ୍ଦର ଲହରି ଖେଳିଥିଲା। ବିଜେପିର ବିଭିନ୍ନ ଲୋକହିତକର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe