ଝାରସୁଗୁଡ଼ା: ଝାରସୁଗୁଡା ମଙ୍ଗଳ ବଜାରରେ ବିଜେପିର ପ୍ରଚାର ବେଳେ ବିରୋଧ କରିଛି ବିଜେଡି। ମଙ୍ଗଳ ବଜାର ୨୨ ନମ୍ବର ୱାର୍ଡ ଭିତରକୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଶିବାକୁ ଦେଲେନି ବିଜେଡି କର୍ମୀ। ଏହାପରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ହେବା ସହ ଉତ୍ତେଜନାର ପରିସ୍ଥିତି ଦେଖାଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିଛି। ବିଜେଡି ବିରୋଧ କରି ଗଣ୍ଡଗୋଳ ପରିସ୍ଥିତି ଉପୁଜାଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି। କେବଳ ସେତିକି ନୁହେଁ, ବିଜେପିକର୍ମୀମାନେ ଟାଉନ୍ ଥାନା ଘେରାଉ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us