ବୀରମହାରାଜପୁରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦ୍‌ଘାଟିତ

ବୀରମହାରାଜପୁରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦ୍‌ଘାଟିତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ବିଜୁ ଜନତା ଦଳ(ବିଜେଡି)ର କାର୍ଯ୍ୟାଳୟ ବୁଧୁବାର ଉଦ୍‌ଘାଟିତ ହୋଇ ଯାଇଛି। ବୀରମହାରାଜପୁର ବ୍ଲକ ବିଜେଡି ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

publive-image

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡ଼ି ଉପସଭାପତି ରଞ୍ଜିତ ରଥ, କିଶୋର ହୋତା, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କୃତିବାସ ମିଶ୍ର, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା, ହିଲୁଙ୍ଗ ସମିତିସଭ୍ୟ ଶୈଳ ରଞ୍ଜନ ବାଦୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସତ୍ୟଞ୍ଜିବ ମିଶ୍ର, ବ୍ଲକ ଛାତ୍ର ବିଜେଡ଼ି ସଭାପତି ଭଗବାନ କର୍ଣ୍ଣ, ମଧୁ ପଣ୍ଡା, ଜିଲ୍ଲା ବିଜେଡି ଡିଜିଟାଲ ମିଡିଆ ସଭାପତି ବିହାରୀଲାଲ ମିଶ୍ର, ଉଲୁଣ୍ଡା ଜିଲ୍ଲା ପରିଷଦ ସଭ୍ୟା ପ୍ରତିନିଧି ବିଭୁ ପ୍ରସାଦ ତରାଇ, ଆଲୋକ ଦେହୁରୀ, ପ୍ରଦୀପ ମିଶ୍ର, ସଞ୍ଜୀବ ମିଶ୍ର, ପର୍ଶୁରାମ ଦେହୁରୀଙ୍କ ସମେତ ଶତାଧିକ ବିଜେଡି ସମର୍ଥକ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe