୫ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

୫ ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଖଣ୍ଡପଡା: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧୀନ ୫ଟି ପଞ୍ଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ବ୍ଲକ ଅଧିନସ୍ଥ ସିଙ୍ଘାପଡା ପଞ୍ଚାୟତରୁ ଏହି ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ବଳଭଦ୍ରପ୍ରସାଦ ପଞ୍ଚାୟତରେ ସମାପ୍ତ ହୋଇଥିଲା। ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ନେତୃତ୍ବରେ ଆୟୋଜିତ ଏହି ପଦଯାତ୍ରାରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାମୁଆଁ କର୍ମୀଙ୍କ ସହ ବିଭିନ୍ନ ପଞ୍ଚାୟତର ଗାଁ ଗାଁରେ ସରକାରଙ୍କ ସଫଳତାର ବାର୍ତ୍ତା ପହଞ୍ଚାଥିବା ସୂଚନା ମିଳିଛି।

ପ୍ରଥମେ ସିଙ୍ଘାପଡା ପଞ୍ଚାୟତରୁ ଏହି ପଦଯାତ୍ରା ପର୍ଯ୍ୟାୟକ୍ରମେ ଗଡିଆସାହି, କିଆଝର, କୋସକା, ବଳଭଦ୍ରପ୍ରସାଦ ପଞ୍ଚାୟତ ଅଧିନସ୍ଥ ଗ୍ରାମ ଗୁଡିକ ପରିକ୍ରମା କରିବା ସହ ରାଜ୍ୟ ସରକାରଙ୍କ ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଖରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ କୁମାର ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ବେହେରା, ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ଉପାଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଧାୟକଙ୍କ ଭାପୁର ବ୍ଲକ ପ୍ରତିନିଧି ଜିତେନ୍ଦ୍ର କୁମାର ରଣସିଂହ, ଯୁବ ବିଜେଡି ସଭାପତି ମନୋରଞ୍ଜନ ବେହେରା, ଛାତ୍ର ବିଜେଡି ସଭାପତି ବିଦ୍ୟାରଞ୍ଜନ ପଣ୍ଡା, ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟ ରାମେଶ୍ଵର ଶତପଥୀ, ଧର୍ମେନ୍ଦ୍ର କୁମାର ଧଳ, ବିଜୟ କୁମାର ସାମନ୍ତରାୟଙ୍କ ସମେତ ନିର୍ବାଚନମଣ୍ଡଳୀର ବହୁ ଛାମୁଆଁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe