ଜୟପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଜନସଂପର୍କ ପଦଯାତ୍ରା ଯୋଗୀପୁଟରୁ ଆରମ୍ଭ

Advertisment
ଜୟପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଜନସଂପର୍କ ପଦଯାତ୍ରା ଯୋଗୀପୁଟରୁ ଆରମ୍ଭ

ଜୟପୁର: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଠାରୁ ବିଜେଡି ପକ୍ଷରୁ ଜନ ସଂପର୍କ ପଦଯାତ୍ରା ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଜୟପୁର ନିର୍ବାଚନମଣ୍ଡଳୀର ଜୟପୁର ବ୍ଲକର ଯୋଗୀପୁଟରୁ ଡଙ୍ଗରଚିଂଛି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ପ୍ରଥମେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା।

publive-image

ବରିଷ୍ଠ ନେତ୍ରୀ ଡ.ଇନ୍ଦିରା ନନ୍ଦଙ୍କ ନେତୃତ୍ବରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବିଷ୍ଣୁ ପ୍ରସାଦ ପାତ୍ର, ବାଲା ରାୟ, ଦୁର୍ଗା ମିଶ୍ର, ଭରତ ପଟ୍ଟନାୟକ, ବ୍ଲକ ସଭାପତି ବିନୋଦ ଚନ୍ଦ୍ର  ପାତ୍ର, ଜୟପୁର ନଗର ସଭାପତି ହର ମିଶ୍ର, ବୋରିଗୁମ୍ମା ବ୍ଲକ ସଭାପତି ବିବେକାନନ୍ଦ ପଟ୍ଟନାୟକ, ବରିଷ୍ଠ ନେତା ନାଗରାଜ ଦୋରା, ମୁନ୍ନା ଦୋରା, ଜୟପୁର ପୌର ଉପାଧ୍ୟକ୍ଷା ବି.ସୁନିତା, ଜୟପୁର ପୌରପାଳିକାର ବିଜେଡିର ସମସ୍ତ କାଉନସିଲର, ଜୟପୁର ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି,  ବୋରିଗୁମ୍ମା ବ୍ଲକ ଅଧ୍ୟକ୍ଷା, ଜିଲ୍ଲାପରିଷଦ ସଭ୍ୟା ତପତି ପଟ୍ଟନାୟକ, ଆସ୍ଥା ନାୟକ, ରଶ୍ମି ରଥ, ଉଭୟ ବ୍ଲକର ସମସ୍ତ ସରପଂଚ, ସମିତିସଭ୍ୟ, ଇଶ୍ବର ବାଘ, ଗୁପ୍ତ ଗନ୍ତାୟତ, ଟୁନା ନାୟକ, ଶଶିଧର ପଟ୍ଟନାୟକ, ଲିଙ୍ଗରାଜ ପାତ୍ର, ବିରେନ୍ଦ୍ର ସାଗର ପ୍ରମୁଖ ଭାଗ‌ ନେଇଥିଲେ। ରାସ୍ତାରେ ଘରକୁ ଘର ଯାଇ ଜନହୀତକାରୀ ଯୋଜନା ଗୁଡିକ ସଂପର୍କରେ ବୁଝାଇଥିଲେ। ଏହା ପରେ ଡଙ୍ଗରଚିଂଛି ଠାରେ ପଥପ୍ରାନ୍ତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ବର୍ଷ ମଧ୍ୟରେ ରାଜ୍ୟର ଏବଂ ଖାସ୍ କରି କୋରାପୁଟ ଜିଲ୍ଲାପାଇଁ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି ବୋଲି ଉପରୋକ୍ତ ନେତା ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe