ଟିଟିପିଏସ ବନ୍ଦ ପ୍ରତିବାଦରେ ବିଜେଡି ପକ୍ଷରୁ ତାଳଚେର ଓ ପାଲଲହଡା ନିର୍ବାଚନମଣ୍ଡଳୀର ବିଭିନ୍ନସ୍ଥାନରେ ବନ୍ଦ ପାଳନ

Advertisment
ଟିଟିପିଏସ ବନ୍ଦ ପ୍ରତିବାଦରେ ବିଜେଡି ପକ୍ଷରୁ ତାଳଚେର ଓ ପାଲଲହଡା ନିର୍ବାଚନମଣ୍ଡଳୀର ବିଭିନ୍ନସ୍ଥାନରେ ବନ୍ଦ ପାଳନ

କଣିହାଁ: ତାଳଚେର ଥର୍ମାଲ ପାୱାର ଷ୍ଟେସନ ବନ୍ଦ ପ୍ରତିବାଦରେ ଆଜି ତାଳଚେର ଓ ପାଲଲହଡା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବ୍ଲକର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଥିବା ଜଣାପଡିଛି। ଫଳରେ ବ୍ଲକ ଅଂଚଳରେ ଥିବା ବିଭିନ୍ନ ରାସ୍ତା ଉପରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଆଜି ସକାଳ ୬ଟାଠାରୁ ଦଳୀୟକର୍ମୀମାନେ ବ୍ଲକର ବିଭିନ୍ନ ଛକରେ,ସରକାରୀ କାର୍ଯ୍ୟାଳୟ ସାମ୍ମା ଓ ରାଜରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ ଚଳାଇଥିବା ଜଣାପଡିଛି।

କଣିହାଁ ବ୍ଲକର ଏନଟିପିସି ପ୍ଲାଣ୍ଟର ମୁଖ୍ୟଫାଟକ ସମ୍ମୁଖରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁଁ ଶ୍ରମିକମାନେ ସକାଳୁ ସେମାନଙ୍କ କାର୍ଯ୍ୟରେ ଯୋଗଦେଇ ପାରିନଥିଲେ । ସେହିପରି କଣିହାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ, ରେଙ୍ଗାଲିଡ୍ୟାମର ତାରେଣୀ ଛକ, ପବିତ୍ର ନଗର ଛକ, ସମଲ ଟୋଲଗେଟ ଓ ଗୋଡିବନ୍ଧଛକ ଉପରେ ବିଜେଡି କର୍ମୀମାନେ ରାସ୍ତାରେ ଦଉଡି ଟାଣି ବନ୍ଦ ପାଳନ କରିଛନ୍ତି। ବନ୍ଦପାଳନ ଯୋଗୁଁ ତାଳଚେର ଓ କଣିହାଁ କୋଇଲାଖଣିରୁ ରେଳ ଯୋଗେ ଏନଟିପିସିକୁ ଆସୁଥିବା କୋଇଲା ପରିବହନରେ ବାଧାପ୍ରାପ୍ତ ହୋଇଛି ।

publive-image

ଆଜି ଏହି ବନ୍ଦ ପାଳନରେ ତାଳଚେର ନିର୍ବାଚନମଣ୍ଡଳୀ ଓ ପାଲଲହଡା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀମାନେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡିଛି। ଏଥି ଯୋଗୁଁ କଣିହାଁ, ଏନଟିପିସି, ରେଙ୍ଗାଲି, ପବିତ୍ରନଗର, ସମଲ ଓ ଗୋଡିବନ୍ଧ ଅଞ୍ଚଳରେ ଦୋକାନବଜାର ବନ୍ଦ ଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe