ବିଜେଡି ତରଫରୁ ବିଶାଳ ବାଇକ୍ ରାଲି

ବିଜେଡି ତରଫରୁ ବିଶାଳ ବାଇକ୍ ରାଲି

ଘୁ ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ନିମନ୍ତେ ଘୁ. ଉଦୟଗିରି ବିଧାନସଭା ବିଧାୟକ ଆସନ ନିମନ୍ତେ ବିଜେଡି ଦଳ ପକ୍ଷରୁ ପ୍ରଚାର ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି। ନିର୍ବାଚନ  ଅନୁଷ୍ଠିତ ହେବାକୁ ଆଉ କିଛି ଦିନ ବାକି ରହିଥିବା ବେଳେ ବିଧାୟକ ପ୍ରାର୍ଥୀ ଶ୍ରୀ ସାଲୁଗା ପ୍ରଧାନ ଙ୍କ ନେତୃତ୍ଵରେ ବ୍ଲକ ଓ ନଗର ବିଜେଡି ସଭାପତି ଲିଙ୍ଗରାଜ କହଁର, ପି. ସଂଜୀବ କୁମାର ପାତ୍ର, କାର୍ଯ୍ୟକାରି ସଭାପତି ଉଦୟନାଥ ନାୟକ, ଅନିଲ ଦଳବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଓ ସମସ୍ତ ବିଜେଡି କାଉନସିଲର ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ବିଧାୟକ ପ୍ରାର୍ଥୀ ଶ୍ରୀ ସାଲୁଗା ପ୍ରଧାନ, ସାଂସଦ ପ୍ରାର୍ଥି ଶ୍ରୀ ଅଚ୍ୟୁତ ସାମନ୍ତ ଙ୍କ ନିମନ୍ତେ ଟିକାବାଲି ବ୍ଲକ ଓ ଘୁ. ଉଦୟଗିରି ବ୍ଲକ ର ସମସ୍ତ ପଞ୍ଚାୟତ ରେ  ଦଳୀୟ ସମର୍ଥକଙ୍କ ସହ ସ୍ଥାନୀୟ ରୁଦାଙ୍ଗିଆ ରୁ ବାଇକ୍ ରାଲିରେ ଯାଇ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ, ରଟିଙ୍ଗିଆ,ଘୁ. ଉଦୟଗିରି ବନ୍ଧ ଛକ, ଲିଙ୍ଗାଗଡ଼, କତିଙ୍ଗିଆ,ରାଇକଲା , ମାଲିକାପଡ଼ି ଓ ଘୁ. ଉଦୟଗିରି ପ୍ରଚାର ସମୟରେ ଅୟୋଜିତ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାରେ ଜନ ସାଧାରଣ ଙ୍କୁ ଭୋଟ ନିବେଦନ କରିଥିଲେ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ।

ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଏକ ସ୍ବତନ୍ତ୍ର ପ୍ରଚାର ଗାଡ଼ିରେ ରହି ସ୍ଥାନେ ସ୍ଥାନେ ନିଜ ପାଇଁ ଭୋଟ ନିବେଦନ କରୁଥିବା ବେଳେ ସମର୍ଥକଙ୍କ ସହ ବିଶାଳ ବାଇକ ରାଲି ଦେଖିବାକୁ ମିଳିଥିଲା।ସହ ସହ ବିଜେଡି କର୍ମୀ ଓ ସମର୍ଥକ ବାଇକ୍ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe