ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥରତାକୁ ନେଇ ଧାରଣା

Advertisment
ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥରତାକୁ ନେଇ ଧାରଣା

Sambad

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗେପଦର ପଞ୍ଚାୟତର କେରକେଣ୍ଡା ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଶେଷ ହେବାକୁ ଯାଉଛି ତିନିବର୍ଷର ଅବଧି ସମୟସୀମା। ତଥାପି ପୋଲ ନିର୍ମାଣ କାର୍ଯ୍ୟ ୧୦% ମଧ୍ୟ ଶେଷ ହୋଇନି। ଶେଷରେ ନଦୀ ଉପରେ ଗମନାଗମନର ମାଧ୍ୟମ ପାଲଟିଛି ବାଉଁଶ ପୋଲ। ନିଜ ଖର୍ଚ୍ଚରେ ବାଉଁଶ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ ଆଉ ସେଥିରେ ନଦୀ ପାର ହେଉଛନ୍ତି ଲୋକେ। ବାଉଁଶ ପୋଲ ଉପରେ ବିପଦପୂର୍ଣ୍ଣ ଯାତ୍ରା, ସାଧାରଣ ଲୋକଙ୍କ ଠାରୁ ଗର୍ଭବତୀ, ଶିଶୁ, ଛାତ୍ରଛାତ୍ରୀ, ବୃଦ୍ଧ ସମସ୍ତଙ୍କ ପାଇଁ ସହାରା ଏହି ବାଉଁଶ ପୋଲ। ଭତ୍ତା ଠାରୁ ଆରମ୍ଭ କରି ପିଡ଼ିଏସ୍‌ ଚାଉଳ ପାଇଁ ଏହି ବାଉଁଶ ପୋଲ ଦେଇ ଯାତାୟତ କରୁଛନ୍ତି ଲୋକେ। ଶିକ୍ଷା ଗମନାଗମନ ପାଇଁ ଏହି ନଦୀ ଦେଇ ଯାତାୟତ କରନ୍ତି ୧୫ଟି ଗାଁର ଲୋକେ।

୨୦୧୮ ମସିହାରେ ନୂତନ ପୋଲ ନିର୍ମାଣ ପାଇଁ ୫କୋଟି ଟଙ୍କା ମଞ୍ଜୁର ହୋଇଛି। ତିନିବର୍ଷ ମଧ୍ୟରେ ପୋଲ ନିର୍ମାଣ ପାଇଁ ଠିକା ସଂସ୍ଥାକୁ ଦାୟିତ୍ବ ମିଳିଛି। ହେଲେ ନିର୍ମାଣ କାର୍ଯ୍ୟରେ ଅହେତୁକ ମନ୍ଥରତା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ୧୦ ପ୍ରତିଶତ କାର୍ଯ୍ୟ କରି ଚୁପ ବସିଛି ଠିକା ସଂସ୍ଥା। ସେପଟେ ଜିଲାପ୍ରଶାସନ ମଧ୍ୟ ସବୁ ଜାଣି ଅଜଣା ସାଜିଛି। ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ବ୍ଲକ ବିଜେଡି ପକ୍ଷରୁ ଉକ୍ତ ନଦୀଘାଟ ନିକଟରେ ଧାରଣା ଦିଆଯାଇଥିଲା। ଧାରଣାରେ ୧୨ଖଣ୍ଡ ଗ୍ରାମର ଲୋକ ସାମିଲ ହୋଇଥଲେ।

ଧାରଣାରେ ବରିଷ୍ଠ ବିଜେଡି ନେତା ତଥା କୋଟପାଡ଼ ନିର୍ବାଚନ ମଣ୍ଡଳୀ ବୋରିଗୁମ୍ମା ବ୍ଲକ ପର୍ଯ୍ୟବେକ୍ଷକ ପ୍ରସାଦ ବିଡିକା, ବିଜେଡି ନେତ୍ରୀ ମାଳତୀ ମାଝୀ, ସାଂସଦ ପ୍ରତିନିଧି କେଶବ ପଣ୍ଡା, ମନ୍ତ୍ରୀଙ୍କ ପ୍ରତିନିଧି ନରେନ୍ଦ୍ର ବିଶୋଇ, ହରେ ଅନକା, ରାଜୁ ପୂଜାରୀ, ନରେନ୍ଦ୍ର ଗୌଡ଼, ରମେଶ ବିଶୋଇ ଡେଙ୍ଗେପଦର ସରପଞ୍ଚ ଟଭା ମଣି ମାଝୀ ଓ ସମିତି ସଭ୍ୟ ମତିରାମ ମାଝୀ ପ୍ରମୁଖ ଧାରଣା ଦେଇ ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଦାବି କରିଥିଲେ। ସାନ ପରିୟା, ଦେଙ୍ଗେପଦର, ମାଲଦା, ସସାହାଣ୍ଡି ଓ ଆଉଳି ଭଳି ୫ଟି ପଞ୍ଚାୟତର ୩୫ ଗ୍ରାମର ୩୦ହଜାରରୁ ଉର୍ଦ୍ଧ୍ବ ଲୋକ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe