ପ୍ରଦୀପ ମାଝିଙ୍କୁ ନେଇ ଚର୍ଚ୍ଚା: ପ୍ରଦୀପଙ୍କୁ ଦଳରେ ମିଶାଇ ସଫଳତା ହାସଲ କଲା ବିଜେଡି! 

ଜିଲ୍ଲା ଦାୟିତ୍ବ ନେବା ପରେ ୧୨ଟି ବିଜେଡି ବିଜୟ ହେଲା

ପ୍ରଦୀପ ମାଝିଙ୍କୁ ନେଇ ଚର୍ଚ୍ଚା: ପ୍ରଦୀପଙ୍କୁ ଦଳରେ ମିଶାଇ ସଫଳତା ହାସଲ କଲା ବିଜେଡି! 

ମାଲକାନଗିରି: ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଧରାଶାୟୀ ହୋଇଥିଲା। ମାତ୍ର ଗୋଟିଏ ଆସନରେ ବିଜୟ ହୋଇ ଲଜ୍ଜିତ ହୋଇଥିଲା। ବିଜେପି କ୍ଲିନସ୍ବିପ କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏଥର କିନ୍ତୁ ବିଜେଡି ରଣନୀତି ବଦଳାଇଥିଲା। ରାଜ୍ୟ ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ କଂଗ୍ରେସର ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝିଙ୍କୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳରେ ସାମିଲ କରାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରି ସଫଳ ହୋଇଥିଲେ। ପ୍ରଦୀପଙ୍କ ସହ ମାଲକାନଗିରି ଜିଲ୍ଲାର ହଜାର ହଜାର କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ବିଶେଷକରି ମାଥିଲି ବ୍ଲକ ଅଧ୍ୟକ୍ଷା ତଥା କଂଗ୍ରେସର ବିଧାୟକ ପ୍ରାର୍ଥୀନୀ ଲକ୍ଷ୍ମୀପ୍ରିୟା ନାୟକ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ। ପ୍ରଦୀପ ମାଝିଙ୍କୁ ମାଲକାନଗିରି ଜିଲ୍ଲା ଦାୟୀତ୍ବ ପ୍ରଦାନ କରାଯାଇଥିଲା।

ମାଲକାନଗିରିରେ ବିଜେଡି ଏକ ପ୍ରକାର ଅଚଳ ହୋଇଯାଇଥିବା ବେଳେ ପ୍ରଦୀପ ମାଝି ଏହାକୁ ନିଜ ପାଇଁ ଏକ ଚ୍ୟାଲେଞ୍ଜ ଭାବି ବିଜେଡିକୁ ଜିତାଇବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କଲେ। ଜିଲ୍ଲାର ସମସ୍ତ ବ୍ଲକରେ ସାଧାରଣ ସଭାର ଆୟୋଜନ କରି ଲୋକଙ୍କୁ ବିଜେଡିର ବିକାଶର ଗାଥା ଶୁଣାଇଲେ। ଚିତ୍ରକୋଣ୍ଡାରୁ ଆରମ୍ଭ କରି ମାଥିଲିର କର୍ତ୍ତନପାଲୀ ପର୍ଯ୍ୟନ୍ତ ବୁଲିଲେ।

ସେହିପରି ଗୋବିନ୍ଦପାଲୀ ଠାରୁ ଆରମ୍ଭ କରି ମୋଟୁ ପର୍ଯ୍ୟନ୍ତ ପ୍ରଚାରରେ ନିଜକୁ ନିୟୋଜିତ କଲେ, ଯାହାର ଫଳସ୍ବରୂପ ଜିଲ୍ଲାରେ ୧୫ଟି ବିଜେଡି ୧୨ଟି ଆସନରେ ବିଜୟ ହୋଇଛି। ବିଜେଡିରେ ଯୋଗ ଦେବା ଏବଂ ତାଂକ ନେତୃତ୍ବରେ ପଞ୍ଚାୟତ ନିର୍ବାଚନ ଲଢେଇ କରିବା ବିଜେଡିକୁ ସୁହାଇଛି। ଏବେ ଜିଲ୍ଲାରେ ପ୍ରଦୀପଙ୍କ ବିଜୟ ଗାଥା ବଶ ଚର୍ଚ୍ଚାରେ ରହିଛି। ଆଗକୁ ମଧ୍ୟ ପ୍ରଦୀପ ଏଭଳି ନିଜର ଦାୟିତ୍ବ ତୁଲାଇବେ ବୋଲି ବିଜେଡି ଆଶା ପ୍ରକଟ କରିଛି।

ବିଜେପିର ଗଡକୁ ଦୋହଲାଇବାରେ ସକ୍ଷମ ହେବା ସହ ନିଜକୁ ମଧ୍ୟ ବିଜେଡିରେ ପ୍ରତିଷ୍ଠିତ କରାଇବାରେ ସଫଳ ହୋଇପାରିଛନ୍ତି। ତାଂକ ପାଇଁ ଏବେ ପୌର ପରିଷଦ ଚ୍ୟାଲେଞ୍ଜ ରହିଛି। ଯଦି ପୌର ପରିଷଦରେ ତାଂକର ଯାଦୁ ଚାଲେ ତେବେ ବିଜେଡିକୁ ଆଉ ମାଲକାନଗିରିରେ ପରାସ୍ତ କରିବା ଅସମ୍ଭବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ବିଜେଡି ମଧ୍ୟ ପୌର ନିର୍ବାଚନରେ ପ୍ରଦୀପଙ୍କୁ ଭରପୁର ଉପଯୋଗ କରିବ ବୋଲି କହିଛି। ପ୍ରଦୀପଙ୍କ ଲୋକ ସଂପର୍କ ଅଧିକା ରହିବା ସହ ଲୋକଙ୍କ ସାଂଗରେ ସବୁବେଳେ ରହୁଥିବାରୁ ସଫଳତା ହାସଲ ହେଉଥିବା କୁହାଯାଇଛି। ପ୍ରଦୀପ ପୌର ନିର୍ବାଚନରେ ବିଜେଡିକୁ ଜିତାଉଛନ୍ତି ନା ହରାଉଛନ୍ତି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe