କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡି ସବୁ ପୋଛି ନେଲା, ଲୋକସଭା ଆସନରେ ଅନୁଭବ ମହାନ୍ତି ଲକ୍ଷାଧିକ ଭୋଟ୍‌ରେ ବିଜୟୀ

Advertisment
କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେଡି ସବୁ ପୋଛି ନେଲା, ଲୋକସଭା ଆସନରେ ଅନୁଭବ ମହାନ୍ତି ଲକ୍ଷାଧିକ ଭୋଟ୍‌ରେ ବିଜୟୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧ ଲକ୍ଷ ୪୦୦୦୦ ରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। କେନ୍ଦ୍ରାପଡ଼ା ବିଧାନସଭାରେ ଶଶି ଭୂଷଣ ବେହେରା କଂଗ୍ରେସର ଗଣେଶ୍ୱର ବେହେରାଙ୍କୁ ପ୍ରାୟ ୭୦୦୦ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ରାଜନଗରରେ ଧ୍ରୁବ ସାହୁ ୧୮୦୦୦ରୁ ଅଧିକ ଭୋଟରେ କଂଗ୍ରେସ୍‌ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ପରାସ୍ତ କରିଛନ୍ତି। ମହାକାଳପଡ଼ାରେ ଅତନୁ ସବ୍ୟସାଚୀ ନାୟକ ୧୩୦୦୦ରୁ ଅଧିକ ଭୋଟରେ ବିଜେପିର ବିଜୟ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି। ଆଳୀରେ ପ୍ରତାପ ଦେବ ୩୦୦୦୦ରୁ ଉର୍ଦ୍ଧ୍ଵ ଭୋଟରେ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe